ଅପରାଧ

୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ୩ ଗିରଫ – Sahana Mela

[ad_1]


ବ୍ରହ୍ମପୁର: ଦୀପାବଳି ପୂର୍ବରୁ ବ୍ରହ୍ମପୁର ସହରରେ ବେଆଇନ ବାଣ କାରବାର ବୃଦ୍ଧି ପାଇଛି। ଏସପି ଶ୍ରବଣ ବିବେକ ଏମଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଜୋରଦାର ଚଢ଼ାଉ। ବଡ଼ବଜାର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି।

ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ୪ଟି, ସଦର ଥାନା ଅଞ୍ଚଳରେ ଗୋଟିଏ ଓ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ୨ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ବିପଜ୍ଜନକ ଭାବେ ଘର ଭିତରେ ଓ ଜନବସତି ଭିତରେ ଲୁଚାଇ ରଖାଯାଇଥିଲା ବିପୁଳ ପରିମାଣର ବାଣ। ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିବା ସହ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିଛି।

ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିରେ ବାଣ ଚାଲାଣ ବେଳେ ୯ ପେଟି ବାଣ ସହ ଏକ ଅଟୋ ରିକ୍ସା ଜବତ କରିବା ସହ ରବି ଜେନା ନାମକ ଜଣେ ବ୍ୟବସାୟୀକୁ ଗିରଫ କରିଛି। ପାଣିଗ୍ରାହୀପେଣ୍ଠର ଶିବ ସାହୁ ଏବଂ ପଣ୍ଡିତ ସାହିର ଏମ୍ ସୁର୍ଯ୍ୟନାରାୟଣଙ୍କୁ ଅଟକ ରଖି ବିପୁଳ ପରିମାଣର ବାଣ ଜବତ କରିଛି। ସମସ୍ତ ବ୍ୟବସାୟୀଙ୍କୁ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button