ଲକଡାଉନ୍ ସମୟରେ ବୁକିଂ ହୋଇଥିବା ବିମାନ ଟିକେଟ୍ ଫେରସ୍ତ କରିବାକୁ ନିର୍ଦ୍ଦେଶ – Sahana Mela

[ad_1]
ନୂଆଦିଲ୍ଲୀ: କୋଭିଡ୍ ପାଇଁ ଲକଡାଉନ ହୋଇଯିବାରୁ ଆଗୁଆ ଟିକେଟ୍ ବୁକିଂ କରିଥିବା ଏବଂ ବିମାନ ବାତିଲ ହୋଇଥିବାରୁ ଯାତ୍ରୀଙ୍କ ଟିକେଟ୍ ପଇସା ଫେରସ୍ତ ହେବ। କେନ୍ଦ୍ର ସରକାର ଏଥିପାଇଁ ଅନ୍ ଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ତୃତୀୟ ସପ୍ତାହ ସୁଦ୍ଧା ବିମାନ ଟିକେଟ ରିଫଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ କରିବାକୁ ଯାଇ କେନ୍ଦ୍ର ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି।
କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୦୨୦ରେ ଦେଶବ୍ୟାପୀ ଲକଡାଉନ୍ ଜାରି କରାଯିବା ପରେ ବିମାନ ସେବାକୁ ଏକ ପରିବର୍ଦ୍ଧିତ ସମୟ ପାଇଁ ସ୍ଥଗିତ ରଖାଯାଥିଲା। ଯାହାଫଳରେ ଟିକେଟ୍ ବାତିଲ୍ ଏବଂ ରିଫଣ୍ଡ ପାଇଁ ଯାତ୍ରୀମାନେ ଅନୁରୋଧ କରିଥିଲେ।
ବୁଧବାର ଖାଉଟି ବ୍ୟାପାର ମନ୍ତ୍ରାଳୟ ଅନଲାଇନ୍ ଟ୍ରାଭେଲ୍ ଏଗ୍ରିଗେଟର୍ସଙ୍କ ସହ ବୈଠକ ଡାକି ଟ୍ରାଭେଲ୍ ସେକ୍ଟରରେ ଖାଉଟିଙ୍କ ସ୍ବାର୍ଥକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲା।
ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଲକଡାଉନ୍ ସମୟରେ ବୁକିଂ ହୋଇଥିବା ଟିକେଟ୍ଗୁଡ଼ିକ ବାବଦରେ ଆଲୋଚନା କରାଯାଇ ବିବାଦର ସମାଧାନ କରାଯାଇଛି।
ବୈଠକ ପରେ ଜାରି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ନଭେମ୍ବର ତୃତୀୟ ସପ୍ତାହ ଶେଷ ସୁଦ୍ଧା କୋଭିଡ ଲକଡାଉନ୍ ସମ୍ପର୍କିତ ବକେୟା ରିଫଣ୍ଡ ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରାଭେଲ୍ ଏଗ୍ରିଗେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଯାତ୍ରା କ୍ଷେତ୍ରରେ ଉପଭୋକ୍ତାଙ୍କ ଅଭିଯୋଗର ସମୟବଦ୍ଧ ସମାଧାନ ପାଇଁ ମନ୍ତ୍ରାଳୟ ଏକ ଲୋକପାଳ ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଖାଉଟି ବ୍ୟାପାର ବିଭାଗ ମିଳିତ ଭାବେ ଏଭଳି ଲୋକପାଳ ଗଠନ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
[ad_2]