ରାଜନୀତି

ରାହୁଲଙ୍କୁ ଗୁରୁତ୍ୱ ଦେଉନି ଦଳ, ଗମ୍ଭୀରତାର ସହ ନେଉ ନାହାନ୍ତି ଲୋକେ – Sahana Mela

[ad_1]


ଭୋପାଳ: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି । ଏହାପୂର୍ବରୁ ରାଜନୈତିକ ତାତି ବୃଦ୍ଧି ପାଇଛି । ନିର୍ବାଚନ ପ୍ରଚାର ସମୟରେ ନେତାମାନେ ପରସ୍ପର ଉପରେ କଡ଼ା କଟାକ୍ଷ କରୁଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ମଧ୍ୟପ୍ରଦେଶର ନିବାଡୀ ଜିଲ୍ଲାର ପୃଥ୍ବୀପୁରର ଭେଲ ଗ୍ରାଉଣ୍ଡରେ ପହଞ୍ଚି ଏକ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି । ସେଠାରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ତାଙ୍କ ଦଳ କିମ୍ବା ଜନସାଧାରଣ ରାହୁଲଜୀଙ୍କୁ ଗମ୍ଭୀରତାର ସହ ନେଉନାହାଁନ୍ତି ।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ରାହୁଲ ଜୀ କେଦାରନାଥଙ୍କ ଦର୍ଶନରେ ଯାଇଛନ୍ତି । ତାଙ୍କ ଦଳ ମଧ୍ୟପ୍ରଦେଶରେ ନିର୍ବାଚନ ଲଢୁଛି । ରାହୁଲ ଜୀ ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି ଯେ କଂଗ୍ରେସ ଆସିବ ନାହିଁ, ତେଣୁ ସେ ଧାମ ପରିଦର୍ଶନରେ ଯାଇଛନ୍ତି’। ଦଳର ଯିଏ ପୂର୍ବରୁ ଅଧ୍ୟକ୍ଷ ରହିସାରିଛନ୍ତି ନିର୍ବାଚନର ଶେଷ ମୁହୂର୍ତ୍ତରେ ସେ କେଦାରଧାମ ପରିଦର୍ଶନ କରିବାକୁ ଯାଉଛନ୍ତି, ତେବେ ଏହା ଦର୍ଶାଉଛି ଯେ ଦଳ କିମ୍ବା ଜନସାଧାରଣ ତାଙ୍କୁ ଗୁରୁତର ସହ ନେଉନାହାଁନ୍ତି ।

ଯେତେବେଳେ ଦେଶରେ କଂଗ୍ରେସ କ୍ଷମତାରେ ଥିଲା, ସେତେବେଳେ କେଦାରନାଥ ପରି ଧାମ ଗୁଡିକର ଅବସ୍ଥା ଅତି ଦୟନୀୟ ଥିଲା । ବର୍ତ୍ତମାନ ଏହି କେଦାରନାଥ ଧାମ ବିଶ୍ୱକୁ ନିଜଆଡକୁ ଆକର୍ଷିତ କରୁଛି । ବର୍ତ୍ତମାନ ଯଦି ଆପଣ ଅଯୋଧ୍ୟାକୁ ଯାଆନ୍ତି, ତେବେ ଆପଣ ଜାଣିବେ ଯେ ପ୍ରଭୁ ଶ୍ରୀରାମ ଏଠାରେ ଜନ୍ମ ହୋଇଥିଲେ । ଭେଦଭାବ ବିନା ଏଠାରେ କାର୍ଯ୍ୟ କରାଯାଉଛି ବୋଲି ସିଏମ୍ କହିଛନ୍ତି ।

ସମସ୍ତ ସୁବିଧା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚୁଛି । ଆମର କେବଳ ଗୋଟିଏ ନାରା ସବକା ସାଥ, ସବକା ବିକାଶ । ଏହା ହେଉଛି ନୂଆ ଭାରତ । ପିଏମ ମୋଦୀଙ୍କ ନେତୃତ୍ୱରେ ଆମେ ଏହି ପରିବର୍ତ୍ତନ ଦେଖୁଛୁ । ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ନେତୃତ୍ୱରେ ଆମେ ମଧ୍ୟପ୍ରଦେଶର ପରିବର୍ତ୍ତନ ହେଉଥିବା ଦେଖୁଛୁ । ଏହା ଏବେ ବିକଶିତ ରାଜ୍ୟ ମଧ୍ୟରେ ଆସୁଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button