ରାଜନୀତି

ତେଲେଙ୍ଗାନାରେ କଂଗ୍ରେସ ଜିତିଲା ସେମିଫାଇନାଲ ! – Sahana Mela

[ad_1]

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ସହ ଚୂଡାନ୍ତ ତାଲିକା ପଦାକୁ ଆସିଛି। ରାଜ୍ୟର କେଉଁ ସିଟରେ କିଭଳି ଲଢେଇ ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇଛି।

ପ୍ରାର୍ଥୀପତ୍ର ଦାଖଲ ପରେ ବିଦ୍ରୋହୀଙ୍କ ପାଇଁ ଚିନ୍ତାରେ ଥିବା ପ୍ରମୁଖ ରାଜନୈତିକ ଦଳଗୁଡିକ ଟିକେ ଆଶ୍ୱସ୍ତ ହୋଇଛନ୍ତି। ବିଶେଷ କରି ଶାସନକୁ ଆସିଵାକୁ ଦମଦାର ଲଢେଇ ଲଢ଼ୁଥିବା କଂଗ୍ରେସକୁ ବଡ଼ ଧରଣର ଆଶ୍ୱସ୍ତି ମିଳିଛି।

ଦଳର ଅସନ୍ତୁଷ୍ଟ ଆଶାୟୀ ମାନେ ସ୍ୱାଧୀନ ଭାବେ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ କଂଗ୍ରେସ ବଡ଼ ଟେନସନ ମଧ୍ୟରେ ରହିଥିଲା। ଦଳର ଶୀର୍ଷ ନେତୃତ୍ୱ ବିଦ୍ରୋହୀଙ୍କୁ ମନାଇବାରେ ସଫଳ ହୋଇଛନ୍ତି।

୯ ଜଣ ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ସଫଳ ହୋଇଛି ଦଳ। ଦଳୀୟ ଟିକେଟ ନ ପାଇ ଯେଉଁ ପ୍ରମୁଖ ନେତାମାନେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସେମାନଙ୍କ ମଧ୍ୟରୁ ୯ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ କଂଗ୍ରେସ ଏକ ପ୍ରକାର ମିଶନରେ ସଫଳ ହୋଇଥିବା କୁହାଯାଉଛି।

ଆଦିଲାବାଦରେ କିନ୍ତୁ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ସଞ୍ଜୀବ ରେଡ୍ଡୀ ଦଳୀୟ ନେତାଙ୍କ କଥା ନ ମାନି ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଛିଡା ହୋଇଛନ୍ତି। କର୍ଣ୍ଣାଟକ ଢାଞ୍ଚାରେ ଦଳୀୟ ନେତାମାନେ ଏଭଳି ଉଦ୍ୟମ କରି ସଫଳ ହୋଇଥିବା କୁହାଯାଉଛି।

ଅସନ୍ତୁଷ୍ଟ ନେତାଙ୍କୁ ଅଲଗା ପଦ ଦିଆଯିବା ସହ ସାଧାରଣ ନିର୍ବାଚନରେ ଟିକେଟ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ଅବସରରେ ସୂର୍ଯ୍ୟପେଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ପଟେଲ ରମେଶ ରେଡ୍ଡିଙ୍କ ଘରେ କିନ୍ତୁ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏଆଇସିସି ଜାତୀୟ ସମ୍ପାଦକ ରୋହିତ ଚୌଧୁରୀ ଓ ବରିଷ୍ଠ କଂଗ୍ରେସ ନେତା ମାଲୁ ରବି ତାଙ୍କୁ ଭେଟିଥିଲେ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଦଳୀୟ ପ୍ରାର୍ଥୀ ରାମରେଡ୍ଡୀ ଦାମୋଦର ରେଡ୍ଡିଙ୍କୁ ସମର୍ଥନ କରିବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା।

କିନ୍ତୁ ରମେଶ ରେଡ୍ଡିଙ୍କ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇ ମାଲୁ ରବୀଙ୍କୁ ଆକ୍ରମଣ କରିଥିଲେ। ଏହି ଅବସରରେ ରମେଶ ରେଡ୍ଡିଙ୍କ ପତ୍ନୀ କାନ୍ଦୁଥିବା ଦେଖିବାକୁ ମିଳିଥିଲା।

କିନ୍ତୁ ଶେଷରେ ରମେଶ ରେଡ୍ଡୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଲୋକସଭା ନିର୍ବାଚନରେ ଲଢ଼ିବାର ପ୍ରତିଶ୍ରୁତି ମିଳିବା ପରେ ସେ ଦଳୀୟ ନେତାଙ୍କ କଥା ମାନିଥିଲେ। ୨୦୧୮ ରେ ମଧ୍ୟ ତାଙ୍କୁ ଟିକେଟ ଦିଆଯାଇ ନ ଥିଲା। ସେତେବେଳେ ମଧ୍ୟ ତାଙ୍କୁ ସଂସଦୀୟ ନିର୍ବାଚନ ଲଢ଼ିବାକୁ ପ୍ରତିଶ୍ରୁତି ମିଳିଥିଲା।

ନାଲଗୋଣ୍ଡାରେ ଲଢ଼ିବାକୁ ତାଙ୍କୁ କୁହାଯାଇଥିଲା କିନ୍ତୁ ତାଙ୍କ ବଦଳରେ ହୁଜୁରନଗର ବିଧାୟକ ଉତ୍ତମ ରେଡ୍ଡିଙ୍କୁ ଟିକେଟ ଦିଆଯାଇଥିଲା ଓ ସେ ଜିତିଥିଲେ। ସେହିପରି ଦାମୋଦର ରେଡ୍ଡୀ ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି।

ତେଣୁ ଏଭଳି ଲଢେଇ ମଧ୍ୟରେ ରମେଶ ରେଡ୍ଡୀଙ୍କ ସମେତ ଅନ୍ୟ ପ୍ରମୁଖ ନେତାମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା କଂଗ୍ରେସ ପାଇଁ ଲାଭଦାୟୀ ହେବ ବୋଲି କୁହାଯାଉଛି।

ତେଲେଙ୍ଗାନାରେ ତ୍ରିମୁଖୀ ଲଢେଇ ମଧ୍ୟରେ ବିଦ୍ରୋହୀ ପ୍ରାର୍ଥୀ ମାନେ କଂଗ୍ରେସର କଥା ମାନିବା ଦଳ ପାଇଁ ଏକ ଶୁଭ ସଂକେତ ହୋଇଥିବା ବେଳେ ଆଗକୁ ଏସବୁ ଅସନ୍ତୁଷ୍ଟ ନେତାଙ୍କ ସହଯୋଗ କେତେ ମିଳିବ ତାକୁ ନେଇ ଆଲୋଚନା ଜୋର ଧରିଛି।

ସେପଟେ ବିଜେପି ତେଲେଙ୍ଗାନାରେ ବୁଲଡୋଜର ସରକାରର କଥା କହି ପ୍ରଚାରକୁ ଜୋରଦାର କରିଛି। କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ବିଜେପି ସଭାପତି ଜି କିଶନ ରେଡ୍ଡୀ କହିଛନ୍ତି କି ବିଜେପି ବୁଲଡୋଜର ସରକାର ଆସିବା ସହ ଅପରାଧକୁ ସଫା କରିବ।

ୟୁପିର ଯୋଗୀ ଆଦିତ୍ୟନାଥଙ୍କ ଭଳି ତେଲେଙ୍ଗାନାରେ ଅପରାଧୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା।

[ad_2]

Leave a Reply

Your email address will not be published. Required fields are marked *

Back to top button