ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ସିରିଜରେ ଖେଳି ନ ପାରନ୍ତି ହାର୍ଦ୍ଦିକ – Sahana Mela
[ad_1]
ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମସ୍ୟା ଗୁରୁତର ରହିଛି । ରିପୋର୍ଟ ମୁତାବକ ସେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଖେଳି ନ ପାରନ୍ତି । ନଭେମ୍ବର ୨୩ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଏହା ପରେ ଡିସେମ୍ବର ୧୦ରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ଗସ୍ତରେ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପ ଅବସରରେ ହାର୍ଦ୍ଦିକ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ସେ ଏବେ ଏନସିଏରେ ଚିକିତ୍ସିତ ହେଉଛନ୍ତି ।
ଯଦି ମେଡିକାଲ ଟିମ ସର୍ଜରୀ ପରାମର୍ଶ ଦିଅନ୍ତି ତାହାହେଲେ ସେ ବେଶ କିଛି ଦିନ ବିଶ୍ରାମ କରିବାକୁ ବାଧ୍ୟ ହେବେ । ଏନସିଏରେ ୩ଟି ବଲ ବୋଲିଂ କରିବା ପରେ ହାର୍ଦ୍ଦିକ ଯନ୍ତ୍ରଣା ଅନୁଭବ କରିଥିଲେ । ଆଉ ଥରେ ସ୍କାନ କରିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ମେଡିକାଲ ଟିମ ପକ୍ଷରୁ କୁହାଯାଇଛି । ହାର୍ଦ୍ଦିକଙ୍କ ଅନୁପସ୍ଥତିରେ ମହମ୍ମଦ ସାମୀଙ୍କୁ ସୁଯୋଗ ମିଳିଥିଲା । ସେ ବିଶ୍ୱକପରେ ତାଙ୍କ ସୁଯୋଗର ସଦୁପଯୋଗ କରି ଲୋକପ୍ରିୟ ହୋଇ ପଡିଛନ୍ତି ।
[ad_2]