ଅପରାଧ

ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା, ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ – Sahana Mela

[ad_1]


କୋରାପୁଟ: ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା। ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ। ଏଭଳି ଅଭାବନାୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ। ସୂଚନା ଅନୁସାରେ ସରୁଜବା ଗାଁରେ ୟୁଟ୍ୟୁବ ଭିଡିଓ ଦେଖିବା ନେଇ ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ହେବା ପରେ ଭଣଜାକୁ ମାମୁଁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ମୃତକ ଉକ୍ତ ଗ୍ରାମର ଗୋପୀ ଗାଦବାଙ୍କ ୪୦ ବର୍ଷୀୟ ପୁଅ ଲେରୀ ଗାଦବା।

ସୂତ୍ରରୁ ପ୍ରକାଶ ଯେ ଶନିବାର ରାତିରେ ଲେରୀ ଗାଦବା ରାତ୍ରି ଭୋଜନ କରିବା ପରେ ତାଙ୍କ ସମ୍ପର୍କୀୟ ଶୁକଦେବଙ୍କ ଘର ନିକଟ ଗାଁର ଅନ୍ୟ କିଛି ଯୁବକଙ୍କ ସହ ୟୁଟ୍ୟୁବରେ ଭିଡିଓ ଦେଖୁଥିଲେ। ତାଙ୍କ ଘର ନିକଟରେ ଯୁବକମାନଙ୍କ ଉପସ୍ଥିତିରେ ଶୁକଦେବ ଆପତ୍ତି ଉଠାଇ ସେମାନଙ୍କୁ ସେହି ସ୍ଥାନ ଛାଡିବାକୁ କହିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହେଲେ ଲେରୀ କ୍ରୋଧରେ ଶୁକଦେବଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ସମୟରେ ଶୁକଦେବ ଘଟଣାସ୍ଥଳରୁ ଦୌଡି ଚାଲିଯାଇଥିଲେ।

ଏହି ଘଟଣାକୁ ନେଇ ଶୁକଦେବଙ୍କ ବାପା ଲେରୀଙ୍କୁ ଅଟକାଇବାରୁ ଶୁକଦେବଙ୍କ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଲେରୀ। ଶେଷରେ ନିଜକୁ ବଞ୍ଚାଇବାକୁ ଯାଇ ଶୁକଦେବଙ୍କ ବାପା ଲେରୀଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା। ଖବର ପାଇ ରବିବାର ସକାଳେ ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସେପଟେ ହତ୍ୟାକାରୀ ଶୁକଦେବର ବାପା ଲେରୀ ଗାଦବା ଫେରାର ଅଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button