ଅପରାଧ

ଚାଞ୍ଚଲ୍ୟ: ମା’ ସାଜିଲା ରାକ୍ଷସୀ, ୪ବର୍ଷର ପୁଅକୁ ମାରି ବ୍ୟାଗରେ ନେଇ ହେଇଯାଉଥିଲା ଫେରାର – Sahana Mela

[ad_1]


ଗୋଆ: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମାଆ ନିଜ ପୁଅକୁ ହତ୍ୟା କରି ଲଗେଜ୍‌‌ ବ୍ୟାଗରେ ଭର୍ତ୍ତି କରି ଗୋଆରୁ କର୍ଣ୍ଣାଟକ ଆସିବା ଘଟଣା ହଇଚଇ ସୃଷ୍ଟି କରିଛି। ବେଙ୍ଗାଲୁରୁର ଏକ AI କମ୍ପାନୀର CEO ସୂଚନା ସେଠଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ହେଲେ ସେ କାହିଁକି ଏପରି କରଛନ୍ତି ତାହା ଜଣାପଡ଼ିନାହିଁ ।

ସୂଚନା ଅନୁସାରେ, ମହିଳା ଜଣକ ହେଉଛନ୍ତି ବେଙ୍ଗାଲୁରୁର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟ ଅପ୍ କମ୍ପାନୀର ଏଆଇ ଲ୍ୟାବର ସହ-ପ୍ରତିଷ୍ଠାତା ତଥା ସିଇଓ । ଗୋଆରେ ଏକ ହୋଟେଲରେ ରହିବା ସମୟରେ ନିଜ ପୁଅକୁ ହତ୍ୟା କରି ଏକ ବ୍ୟାଗ୍‌‌ରେ ଭର୍ତ୍ତି କରିଥିଲା। ହୋଟେଲରୁ ଚେକ୍ ଆଉଟ୍ କରି ବାହାରିବା ପରେ ସେହି ହୋଟେଲର କର୍ମଚାରୀ ରୁମକୁ ଯାଞ୍ଚ କରିବାକୁ ଯାଇଥିଲେ। ସେତେବେଳେ ହୋଟେଲ ରୁମରେ ରକ୍ତର ଛିଟା ଦେଖି ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ହୋଟେଲ କର୍ତ୍ତୃପକ୍ଷ ତୁରନ୍ତ ସ୍ଥାନୀୟ ପୋଲିସ ଜଣେଇବା ପରେ ଗୋଆ ପୋଲିସ ଆସି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଯାଞ୍ଚରୁ ସମ୍ପୃକ୍ତ ମହିଳା ଜଣକ ପୁଅ ବିନା ହୋଟେଲରୁ ବାହାରୁଥିବା ଦେଖିବାକୁ ମିଳିଥିଲା ।

ସୂଚନା ହୋଟେଲରୁ ବାହାରି ଏକ ଟାକ୍ସି ଯୋଗେ ବେଙ୍ଗାଳୁରୁ ଯାଇଥିଲେ । ଏହାପରେ ଗୋଆ ପୋଲିସ ଟାକ୍ସି ଡ୍ରାଇଭର ନମ୍ବରକୁ ଯୋଗାଯୋଗ କରିଥିଲା । ସେତେବେଳେ ସୂଚନା କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳରେ ଥିଲେ । ପୋଲିସ ତୁରନ୍ତ ଡ୍ରାଇଭରକୁ ସ୍ଥାନୀୟ ଥାନାକୁ ଗାଡି ନେଇଯିବାକୁ କହିଥିଲା । ଏହାପରେ ସ୍ଥାନୀୟ ଥାନା ଅଧିକାରୀ କାରରେ ଥିବା ମହିଳାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ବ୍ୟାଗରୁ ୪ ବର୍ଷ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ମାମଲାର ଛାନବିନ ପାଇଁ ଗୋଆ ପୋଲିସ ଚିତ୍ରଦୁର୍ଗ ଅଭିମୁଖେ ଯାତ୍ରା କରି ମହିଳାଙ୍କୁ ଟ୍ରାଜିଂଟ ରିମାଣ୍ଡରେ ଗୋଆ ଆଣି ଅଧିକ ତଦନ୍ତ କରିବ ।

ଗୋଆ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ମହିଳା ଏହି ଭୟଙ୍କର ଅପରାଧ କରିଛନ୍ତି ଯାହା ଫଳରେ ତାଙ୍କ ପୁଅ ତାଙ୍କ ପୂର୍ବ ସ୍ବାମୀଙ୍କୁ ଭେଟି ପାରିବେ ନାହିଁ। ୨୦୧୦ରେ ସୁଚାନା ତାଙ୍କ ପୂର୍ବତନ ସ୍ବାମୀଙ୍କୁ ବିବାହ କରିଥିଲେ। ୨୦୧୯ରେ ଅଭିଯୁକ୍ତ ମହିଳା ତାଙ୍କ ପୁଅକୁ ଜନ୍ମ ଦେଇଥିଲେ। ତେବେ ତାଙ୍କ ସ୍ବାମୀଙ୍କ ସହ ବିବାଦ ପରେ ୨୦୨୦ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା। ସେତେବେଳେ କୋର୍ଟ କହିଥିଲେ ଯେ ଶିଶୁର ପିତା ତାଙ୍କୁ ପ୍ରତି ରବିବାର ଭେଟି ପାରିବେ। ସୁଚାନା ଏହାକୁ ନେଇ ଆଦୌ ଖୁସି ନ ଥିଲେ।

 



[ad_2]

Leave a Reply

Your email address will not be published. Required fields are marked *

Back to top button