ମନୋରଞ୍ଜନ

ଅମ୍ବାନିଙ୍କ ପାର୍ଟିରେ ଯୋଗ ଦେଲେ ଶାହାରୁଖ – Sahana Mela

[ad_1]


ମୁମ୍ବାଇ: ଅମ୍ବାନୀଙ୍କ ପାର୍ଟିରେ ଗଳା ଓ ହାତରେ ସାପ ଧରାଇ ବଲିଉଡ଼ର କିଙ୍ଗ୍ ଖାନ୍ ଶାହାରୁଖଙ୍କୁ କରାଗଲା ସ୍ୱାଗତ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଶାହାରୁଖ ଯେମିତି ହିଁ ଏହି ସାପକୁ ଧରୁଛନ୍ତି ପଛରୁ ଅନ୍ୟଜଣେ ବ୍ୟକ୍ତି ଶାହାରୁଖଙ୍କ ଗଳାରେ ଆଉ ଏକ ସାପକୁ ଆଣି ପକାଇ ଦେଉଛନ୍ତି । ଏହାପରେ ଶାହରୁଖ ଦୁଇଟି ସାପ ସହିତ କ୍ୟାମେରାମ୍ୟାନଙ୍କ ସାମ୍ନାରେ ଫଟୋ ଉଠାଇବାକୁ ପୋଜ୍ ଦେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ମୁମ୍ବାଇରେ ଇଶା ଅମ୍ବାନି ଓ ଆନନ୍ଦ ପିରାମଲଙ୍କ ଯାଆଁଳା ସନ୍ତାନ କୃଷ୍ଣା ଓ ଆଦିୟାଙ୍କ ଜନ୍ମଦିନ ରବିବାର ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ କିୟାରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରା, କଟ୍ରିନା କୈଫ, ଅନନ୍ୟା ପାଣ୍ଡେ, ଆଦିତ୍ୟ ରାଏ କପୁର, କରିସ୍ମା କପୁର, କରଣ ଜୋହର, ତାରା ସୁତାରିୟା, ଅର୍ପିତା ଖାନ, ରବିନା ଟଣ୍ଡନଙ୍କ ଝିଅ ରାଶା ଥଡାନି, କୃତି ସେନନ, ନୁପୁର ସେନନ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟା ବି ନିଜନିଜ ପରିବାରବର୍ଗଙ୍କ ସହିତ ସାମିଲ ହୋଇଥିଲେ । ଏହି ପାର୍ଟିରେ ବଲିଉଡର କିଙ୍ଗ୍ ଖାନ ବି ସାମିଲ ହୋଇଥିଲେ । ଶାହାରୁଖ ପହଞ୍ଚୁ ପହଞ୍ଚୁ ଅନନ୍ତ ଅମ୍ବାନୀ ସଙ୍ଗେ ସଙ୍ଗେ ତାଙ୍କୁ ସ୍ୱାଗତ କରିବା ସହ ହାତରେ ଗୋଟେ ସାପ ଧରାଇ ଦେଉଛନ୍ତି । ଏହି ସମୟରେ ପଛରୁ ଜଣେ ବ୍ୟକ୍ତି ଶାହାରୁଖଙ୍କ ବେକରେ ଆଉ ଗୋଟେ ସାପକୁ ପକାଇ ଦେଉଛନ୍ତି । ଶାହାରୁଖଙ୍କ ମନରେ ଭୟ ଥିଲେ ମଧ୍ୟ ଫଟୋ ପୋଜ ଦେଇଥିଲେ । ଏବେ ସୋସିଆଲ ମିଡ଼ିଆରେ ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛିି ।

 



[ad_2]

Leave a Reply

Your email address will not be published. Required fields are marked *

Back to top button