ଖେଳ ଖବର

ସାମୁଏଲ୍ସ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ – Sahana Mela

[ad_1]


ଦୁବାଇ: ୱେଷ୍ଟଇଣ୍ଡିଜର ପୂର୍ବ ଅଲରାଉଣ୍ଡର ମାର୍ଲନ ସାମୁଏଲ୍ସଙ୍କୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛନ୍ତି । ଏହି ପ୍ରତିବନ୍ଧ ୧୧ ନଭେମ୍ବର ୨୦୨୩ରୁ ଆରମ୍ଭ ହେବ । ପୂର୍ବରୁ ସାମୁଏଲ୍ସଙ୍କ ଉପରେ ସେପ୍ଟମ୍ବର ୨୦୨୧ରେ ଆଇସିସି ଦୁର୍ନୀତି ଅଭିଯୋଗ ଆଣିଥିଲା । ସେଗୁଡିକ ହେଲା ସେ ମ୍ୟାଚ ଅବସରରେ ଉପହାର ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନ ଥିଲେ ଏବଂ ଆଇସିସିକୁ ତଦନ୍ତରେ ସହଯୋଗ ମଧ୍ୟ କରି ନ ଥିଲେ । ଶେଷରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୁର୍ନୀତି ରୋକିବା ପାଇଁ ଆଇସିସି ପକ୍ଷରୁ ଯେଉଁ ନିୟମ ଲାଗୁ କରାଯାଇଛି ତାହାକୁ ସାମୁଏଲ୍ସ ଉଲ୍ଲଂଘନ କରିଛନ୍ତି । ୨୦୧୨ ଓ ୨୦୧୬ ଟି୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଥିଲା ସାମୁଏଲ୍ସ ୨୦୧୮ରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ନଭେମ୍ବର ୨୦୨୦ରେ ସେ ଅବସର ଘୋଷଣା କରିଥିଲେ । ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ୧୧ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ ମଧ୍ୟ ଅନେକ ଥର ବିବାଦରେ ଫସିଛନ୍ତି । ୨୦୦୮ରେ ଉପହାର ବାବଦକୁ ଆବଶ୍ୟକଠାରୁ ଅଧିକ ଧନ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ସସପେଣ୍ଡ ହୋଇଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button