ବିଜେଡି ଛାଡିଲେ ବଳଭଦ୍ର ମାଝୀ – Sahana Mela

[ad_1]
ଭୁବନେଶ୍ୱର : ବିଜେଡି ଛାଡିଲେ ନବରଙ୍ଗପୁରରେ ପୂର୍ବତନ ସାଂସଦ ତଥା ବିଜେଡି ନେତା ବଳଭଦ୍ର ମାଝୀ I ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଦଳ ଛାଡିଛନ୍ତି ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଏନେଇ ବିଜେଡି ଦଳର ସଭାପତିଙ୍କ ପାଖକୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । କିନ୍ତୁ ତାଙ୍କ ଇସ୍ତଫା ସଂପର୍କରେ କୌଣସି କାରଣ ସେ ଚିଠିରେ ଉଲ୍ଲେଖ କରି ନାହାନ୍ତି I ଦଳରେ ଅବହେଳା ଅଭିଯୋଗ କରି ବଳଭଦ୍ର ବିଜେଡି ଛାଡିଛନ୍ତି ବୋଲି ସୂଚନା ମିଳିଛି ।
କିଛି ଦିନ ତଳେ ରାଜ୍ୟ ରାଜ୍ୟ ସରକାରଙ୍କ ୫-ଟି ଭାବେ ନୂଆରେ ସେକ୍ରେଟାରୀ ସ୍ତରୀୟ ଟିମ୍ ଗଠନକୁ ନେଇ କଟାକ୍ଷ କରିଥିଲେ ବଳଭଦ୍ର ମାଝୀ । ପୂର୍ବରୁ ୨୦୧୪ରୁ ନବରଙ୍ଗପୁର ଜିଲାରୁ ସେ ବିଜେଡି ଲୋକସଭା ସଂସଦ ଥିଲେ । ତେବେ ୨୦୧୯ରେ ବିଜେଡି ଟିକେଟ ନ ମିଳିବାରୁ ସେ ଭାଜପା ରେ ଯୋଗ ଦେଇ ଟିକେଟ ପାଇଥିଲେ କିନ୍ତୁ ନିର୍ବାଚନରେ ପରାସ୍ତ ହୋଇଥିଲେ । ତେବେ ୧୯୯୭ ରୁ ଆଜିଯାଏଁ ଦଳ ପାଇଁ କାମ କରିବାକୁ ସୁଯୋଗ ଦେଇଥିବାରୁ ସେ ବିଜେଡି ସଭାପତିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
[ad_2]