ଖେଳ ଖବର

ଷ୍ଟୋକ୍ସ ଖେଳିବେନି ଆଇପିଏଲ ୨୦୨୪ – Sahana Mela

[ad_1]


ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ୨୦୨୪ ଆଇପିଏଲ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଫିଟନେସ ସମସ୍ୟା ଓ କାର୍ଯ୍ୟଭାର ଯୋଗୁ ସେ ଏହି ନିଷ୍ପତି ନେଇଥିବା କହିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଗୁରୁବାର ଏ ସମ୍ପର୍କରେ ଘୋଷଣା କରିଛି । ୨୦୨୩ରେ ଚେନ୍ନାଇ ତାଙ୍କୁ ୧୬.୨୫ କୋଟି ଟଙ୍କାରେ କ୍ରୟ କରିଥିଲା । ସେ ମାତ୍ର ୨ଟି ମ୍ୟାଚ ଖେଳି ୧୫ ରନ କରିଥିଲେ । ଆଘାତ ସମସ୍ୟା ଯୋଗୁ ସେ ସିରିଜ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଉପରେ ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି । ୨୫ ଜାନୁୟାରୀରୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତରେ ଏହି ସିରିଜ ଖେଳାଯିବ ।

ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମାତ୍ର ବିଶ୍ୱକପ ଖେଳିବା ପାଇଁ ସେ ଏହି ନିଷ୍ପତିରୁ ଓହରିଥିଲେ । ମାତ୍ର ବିଶ୍ୱକପରେ ଇଂଲଣ୍ଡର ଅଭିଯାନ ନୈରାଶ୍ୟଜନକ ରହିଥିଲା । ୧୦ଟି ଟିମ ମଧ୍ୟରୁ ଇଂଲଣ୍ଡ ୭ମ ସ୍ଥାନରେ ରହିଥିଲା । ସେ ପ୍ରଥମ ୩ଟି ମ୍ୟାଚ ଆଘାତ ସମସ୍ୟାରୁ ଖେଳି ନ ଥିଲେ । ପରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ଭଲ ପ୍ରଦର୍ଶନ କରିଥିଲେ । ସେ କୌଣସି ମ୍ୟାଚରେ ବୋଲିଂ କରି ନ ଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button