ମନୋରଞ୍ଜନ

ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ରଣବୀର, କହିଲେ ଟାଇଟଲ ରଖିବା ପଛର କାରଣ – Sahana Mela

[ad_1]


ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ଆନିମଲକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟିଜର ରିଲିଜ୍ ହେବା ପରେ ଏନେଇ ଆଲୋଚନା ଜୋର ଧରିଛିି । ନିକଟରେ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଥିଲା । ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଥିଲେ ।

ଟି-ସିରିଜ୍ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ରଣବୀର । ଫିଲ୍ମର ରିଲିଜ୍ ତାରିଖ ନିକଟତର ହେଉଥିବାବେଳେ ଫିଲ୍ମର କଳାକାରମାନେ ଏବେ ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଚେନ୍ନାଇରେ ଏକ ଇଭେଣ୍ଟ ସମୟରେ ରଣବୀର କପୁର ଫିଲ୍ମର ନାମ ‘ଆନିମଲ’ ରଖିବା ପଛର କାରଣ ଜଣାଇଥିଲେ । ସେ କହିଥିଲେ, ‘ମୁଁ ଭାବୁଛି ଫିଲ୍ମରେ ଥିବା ମୋ ଚରିତ୍ରକୁ ନେଇ ଫିଲ୍ମର ନାମ ‘ଆନିମଲ’ ରଖାଯାଇଥିବା କଥା ଆପଣମାନେ ଭାବୁଛନ୍ତି । ହେଲେ ଥରେ ଫିଲ୍ମ ଦେଖିବା ପରେ ଆପଣ ଏହା ପଛର କାରଣ ବୁଝିଯିବେ ।

ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ସମେତ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍‌, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ ।



[ad_2]

Leave a Reply

Your email address will not be published. Required fields are marked *

Back to top button