ମନୋରଞ୍ଜନ

ମହିଳା-ପୁରୁଷ ସମାନ ନୁହଁନ୍ତ, ଏମିତି କହିଲେ ନୀନା ଗୁପ୍ତା – Sahana Mela

[ad_1]


ମୁମ୍ବାଇ: ନାରୀବାଦ ଭଳି ଚିନ୍ତାଧାରା ଉପରେ ମୁଁ ବିଶ୍ୱାସ କରେ ନାହିଁ । ମୋ ମତରେ ମହିଳା ଓ ପୁରୁଷ ସମାନ ନୁହନ୍ତି । ଯେଉଁଦିନ ପୁରୁଷ ଅନ୍ତସତ୍ତ୍‌୍ୱା ହେବେ ମୁଁ ସେହିଦିନ କହିବି ପୁରୁଷମାନେ ନାରୀମାନଙ୍କ ସହ ସମାନ ହେଲେ । ବଲିଉଡ଼ ଅଭିନେତ୍ରୀ ନୀନା ଗୁପ୍ତା ଏମିତି କିଛି କହିଛନ୍ତି । ଏପରି ମନ୍ତବ୍ୟକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ।

ନିକଟରେ ଏକ ସାକ୍ଷାତକାରରେ ନୀନା ଆହୁରି କହିଛନ୍ତି ଯେ, ଏ ଦିଗରେ ଆଲୋଚନା ନ କରି ଆପେ ଆ୍‌ର୍ଥିକ ଦିଗରେ କିଭଳି ଶକ୍ତିଶାଳୀ ହେବା ସେ ଦିଗରେ ଚିନ୍ତା କରିବା ଉଚିତ୍ । ଯେଉଁ ମହିଳାମାନେ ଘର ସମ୍ଭାଳୁଛନ୍ତି ସେମାନେ ନିଜକୁ କେବେ ନିଚ ମନେ କରନ୍ତୁ ନାହିଁ । କାରଣ ଆପଣମାନେ ଏକ ବଡ଼ ଭୂମିକା ନିଭାଉଛନ୍ତି । ମୁଁ କେବଳ ଏତିକି କହିବି କେହିବି ପୁରୁଷ ଓ ମହିଳାଙ୍କ ତୁଳନା କରନ୍ତୁ ନାହିଁ । ଅନ୍ୟ ଉପରେ ନିର୍ଭର ନକରି ନିଜର କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଜୀବନରେ ଖୁସିରେ ରହିବେ ।

ଅଭିନେତ୍ରୀ ନୀନା ଗୁପ୍ତା ନିଜର ଅଭିନୟ ଯାଦୁ ପାଇଁ ଲୋକପ୍ରିୟ ହୋଇଛନ୍ତି । ଏଥିସହିତ ନୀନା ଯେକୌଣସି ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବେ ଆଲୋଚନା କରିଥାଆନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button