ଖେଳ ଖବର

ହାର୍ଦ୍ଦିକ ପାଣ୍ଡ୍ୟା ଏବେ ‘ସୁନା ଇଲିଶି’, ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ଚାଲିଛି ଟଣାଓଟରା – Sahana Mela

[ad_1]


ନୂଆଦିଲ୍ଲୀ: ବିଶ୍ବକପ ପରେ ଏବେ ଆଇପିଏଲ ପାଇଁ ବଢିଛି ଉତ୍ସାହ। ଖାସ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କେଉଁ ଦଳ ନେବ ସେଥିପାଇଁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ରଣନୀତି। ମଝିରେ ସୁନା ଇଲିଶି ଭୂମିକାରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଯିଏକି କିଏ ତାଙ୍କୁ ଅଧିକ ପଇସା ଦେବ ତାକୁ ବସି ନିରୀକ୍ଷଣ କରୁଛନ୍ତି।

ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କିଣିବା ପାଇଁ ଆଲୋଚନା କରିଥିଲେ। ଯଦିଓ ଟାଇଟାନ୍ସ ରବିବାର ନିଜ ଖେଳାଳି ତାଲିକାରେ ପାଣ୍ଡ୍ୟା ନାମ ତାଲିକାରେ ପ୍ରକାଶ କରିଛି ତଥାପି ଦୁଇ ଫ୍ରାଞ୍ଚାଇଜ୍ ମଧ୍ୟରେ ପାଣ୍ଡ୍ୟାଙ୍କ ସହ ଆଲୋଚନା ଚାଲିଛି। ନଭେମ୍ବର ୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପାଣ୍ଡ୍ୟାଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରୁ ଜଣାପଡିଥିଲା ଯେ ସେ ମୁମ୍ବାଇ ଫେରୁଛନ୍ତି।

ବିଶ୍ୱକପରୁ ଆହତ କାରଣରୁ ଅଧାରୁ ବାଦ ପଡିଥିବା ଏହି ଖେଳାଳି ଫଟାଫଟ କ୍ରିକେଟରେ ଜଣେ ଓସ୍ତାଦ। ଗୁଜରାଟ ଟାଇଟନ୍ସ ଭଳି ନୂଆ ଦଳର ନେତୃତ୍ବ ନେଇ ଦଳକୁ କପ୍ ଜିତାଇଛନ୍ତି। ଏହାପରେ ହାର୍ଦିିକ ପାଣ୍ଡ୍ୟାଙ୍କ ଭାଉ ଆଇପିଏଲ ବଜାରରେ ଉଚ୍ଚା ରହିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ୨୦୨୨ରେ ଟ୍ରଫି ଜିତିଥିବା ବେଳେ ୨୦୨୩ରେ ରନର୍ସ ଅପ୍ ହୋଇଥିଲା।

ସୂତ୍ର ଅନୁସାରେ ଯଦି ମୁମ୍ବାଇ ଇଣ୍ଡିଆନ୍ସ ସହ ଚୁକ୍ତିକୁ ଆନୁଷ୍ଠାନିକ ରୂପ ଦିଆଯାଏ ତେବେ ଟାଇଟାନ୍ସ ମ୍ୟାନେଜମେଣ୍ଟ ଶୁଭମନ ଗିଲଙ୍କୁ ଅଧିନାୟକ ଭାବେ ଚୟନ କରିବ। ଦଳ ଗିଲଙ୍କ ସହ ଏକ ବିସ୍ତୃତ ବୈଠକ କରି ସେମାନଙ୍କ ନିଲାମ ରଣନୀତି ସମ୍ପର୍କରେ ଆଲୋଚନା କରିଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ କାମେରନ୍ ଗ୍ରୀନଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛି, ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ କିଣିବାକୁ ଯୋଜନା କରିଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିଗ୍ରହଣକୁ ସହଜ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାଙ୍କ ବର୍ତ୍ତମାନର ଦରମା ୧୫ କୋଟି ଟଙ୍କାରୁ ଅଧିକ ଅର୍ଥ ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି।

ରବିବାର ଫ୍ରାଞ୍ଚାଇଜଗୁଡ଼ିକ ସେମାନଙ୍କ ବଜାୟ ରଖିଥିବା ଖେଳାଳି ଘୋଷଣା କରିବାର ସମୟ ସୀମା ଧାର୍ଯ୍ୟ କରିଥିବା ବେଳେ ଦୁବାଇରେ ଡିସେମ୍ବର ୧୯ ତାରିଖରେ ହେବାକୁ ଥିବା ଆଇପିଏଲ୍ ମିନି ନିଲାମର ଏକ ସପ୍ତାହ ପୂର୍ବରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ କିଣିବା ପାଇଁ ବିକଳ୍ପ ଖୋଲା ରହିବ। ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାଣ୍ଡ୍ୟାଙ୍କ ଚୁକ୍ତି ସମ୍ପର୍କରେ ଖୁବ୍ ଶୀଘ୍ର ଘୋଷଣା କରାଯିବ।



[ad_2]

Leave a Reply

Your email address will not be published. Required fields are marked *

Back to top button