ସ୍ୱାସ୍ଥ୍ୟ

ଘରୋଇ ଉପାୟରେ କେମିତି ହେବ ଉତ୍ତମ ନିଦ୍ରା ? – Sahana Mela

[ad_1]


ନୂଆଦିଲ୍ଲୀ : ସାଧାରଣତଃ ରାତିରେ ଭଲ ନିଦ ହେବା ପାଇଁ ଅନେକ ଲୋକ ବିଭିନ୍ନ ସମୟରେ ମେଡିସିନ୍ ଖାଇଥାନ୍ତି  । କିନ୍ତୁ ଏସବୁ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଘରୋଇ ଉପାୟରେ ଭଲ ନିଦ୍ରା ପାଇଁ କଣ କରିବା  । ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି, ଯାହାକୁ ଶୋଇବା ପୂର୍ବରୁ ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୁଏ  । ଯେପରିକି କଦଳୀ  । ଏଥିରେ ପୋଟାସିୟମ ଓ ମ୍ୟାଗ୍ନେସିୟମ୍ ଭରପୁର ମାତ୍ରାରେ ରହିଥାଏ  ।

ଯାହା ଆମ  ମାଂସପେଶୀକୁ ଆରାମ ଦେବାରେ ସହାଯ୍ୟ କରିଥାଏ। ତେଣୁ ଭଲ ନିଦ ହୋଇଥାଏ। ମାତ୍ର ସବୁଜ ଚୋପା ଥିବା ପାଚିଲା କଦଳୀ ଖାଇବା ଅଧିକ ଲାଭଦାୟକ। ସେହିପରି  ବାଦାମ ମଧ୍ୟ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ। ବାଦାମରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି। ଯାହା ଶରୀରକୁ ଶାନ୍ତ କରିବା ସହ ମାଂସପେଶୀକୁ ଆରାମ ପ୍ରଦାନ କରିବାରେ ସହାୟକ ହୋଇଥାଏ। ଏହାସହ ଅଖରୋଟର ମଧ୍ୟ ସେବନ କରିପାରିବେ। ଦହିରେ ମଧ୍ୟ ପ୍ରଚୁର ମାତ୍ରାରେ ଭିଟାମିନ ଡି ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି।

ତେଣୁ ଅଳ୍ପ ପରିମାଣରେ ଦହିର ମଧ୍ୟ ସେବନ କରନ୍ତୁ। ଏହାଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ। ପାଳଙ୍ଗ ଶାଗରେ ବିଭିନ୍ନ ଭିଟାମିନ ସହ ବହୁ ପୋଷକ ତତ୍ତ୍ୱ ରହିଛି। ଏହାର ସେବନ ଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ। କନ୍ଦମୂଳ ରାତ୍ରି ଭୋଜନରେ ସାମିଲ କରିବା ଖୁବ ଉପକାରୀ। ଏଥିରେ ପୋଟାସିୟମ, ମେଗ୍ନିସିୟମ, କ୍ୟାଲସିୟମ ଆଦି ଭରପୁର ମାତ୍ରାରେ ରହିଛି। ଏଥିରେ ଥିବା ଖଣିଜ ଶିରାପ୍ରଶିରାକୁ ଶାନ୍ତ ରଖିବା ସହ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ।



[ad_2]

Leave a Reply

Your email address will not be published. Required fields are marked *

Back to top button