ମନୋରଞ୍ଜନ

‘ଆନିମଲ’ ଫିଲ୍ମକୁ ଏହି ଦେଶ ଦେଇଛି ଆଡଲ୍ଟ ରେଟିଙ୍ଗ, ଜାଣନ୍ତୁ ଏହା ପଛର କାରଣ – Sahana Mela

[ad_1]


ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’କୁ ବହୁ ଉତ୍ସକତାର ସହ ଫ୍ୟାନ୍ସ ମାନେ ଅପେକ୍ଷା କରିଛନ୍ତି । ରଣବୀର କପୁର ପ୍ରଥମ ଥର ପାଇଁ ବଡ ପରଦାରେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅନେକ ଆକ୍ସନ ସିନ୍ ଦେଖିବାକୁ ମିଳିବ । ତଥାପି, ଏହି ଫିଲ୍ମ ସହିତ ଏମିତି କିଛି ସମସ୍ୟା ଯୋଡିହୋଇରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

କବୀର ସିଂ ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବଙ୍ଗାଙ୍କ ଆଗାମୀ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ବିଷୟରେ ଅନେକ ଗୁଜବ ସୃଷ୍ଟି ହୋଇଛି । ଫିଲ୍ମର ଟ୍ରେଲର ଗତକାଲି ରିଲିଜ ହୋଇଛି ​​ଯେଉଁଥିରେ ରଣବୀରଙ୍କୁ ଏକ ୟାଙ୍ଗରି ୟଙ୍ଗ ମ୍ୟାନ୍ ଲୁକରେ ଦେଖିବାକୁ ମିଳୁଛି । ଟ୍ରେଲଟିକୁ ଦେଖିବା ପରଠାରୁ ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସ ମାନେ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି । ଏହି ଫିଲ୍ମରେ ରକ୍ତପାତ, ପାରିବାରିକ ହିଂସା ଏବଂ ଯୌନ ହିଂସାର ଦୃଶ୍ୟ ଦେଖାଯାଇଛି । ଏହି କାରଣରୁ ଫିଲ୍ମକୁ ନେଇ ଏକ ବଡ ସମସ୍ୟା ଉପୁଜିଛି ।

ବ୍ରିଟିଶ୍ ବୋର୍ଡ ଅଫ୍ ଫିଲ୍ମ କ୍ଲାସିଫିକେସନ୍ ‘ଏନିମଲ’ କୁ ୧୮ ରେଟିଂ ଦେଇଛି । ଏହା ସହିତ ବ୍ରିଟିଶ ବୋର୍ଡ ଅଫ୍ ଫିଲ୍ମ କ୍ଲାସିଫିକେସନ୍ ୱେବସାଇଟରେ ଏହି ଫିଲ୍ମ ବିଷୟରେ କୁହାଯାଇଛି ଯେ, ‘ଏହା ଏକ ଡାର୍କ ହିନ୍ଦୀ ଭାଷା ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର, ଯେଉଁଥିରେ ଜଣେ ବ୍ୟକ୍ତି କ୍ରମାଗତ ଭାବେ ଯେକୌଣସି ମୂଲ୍ୟରେ ପ୍ରତିଶୋଧ ପାଇଁ ସଂଗ୍ରାମ କରନ୍ତି । ପ୍ରକୃତରେ, ବ୍ରିଟିଶ ବୋର୍ଡ ବିଶ୍ ବିଶ୍ବସ କରେ ଯେ ଏହି ଚଳଚ୍ଚିତ୍ରରେ ଘରୋଇ ନିର୍ଯାତନା, ହିଂସା ଏବଂ ଶୋଷଣ ଦର୍ଶାଯାଇଛି, ଯାହା ଛୋଟ ପିଲାମାନଙ୍କ ପାଇଁ ଉପଯୁକ୍ତ ନୁହେଁ ଏବଂ ଏହାକୁ ଦେଖିପାରିବେ ନାହିଁ ।

ତେବେ ଏହି ‘ଆନିମଲ’ ଫିଲ୍ମରେ ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁର, ସୁରେଶ ଓବରାଏ, ପ୍ରେମ ଚୋପ୍ରା ଏବଂ ତୃପ୍ତି ଡିମରି ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ବଙ୍ଗା । ଯିଏକି ‘କବୀର ସିଂ’ ଏବଂ ‘ଅର୍ଜୁନ ରେଡ୍ଡୀ’ର ନିର୍ଦ୍ଦେଶନା ପାଇଁ ବେଶ ଜଣାଶୁଣା । ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଟି-ସିରିଜ୍, ମୁରାଦ ଖେତାନୀଙ୍କ ସିନେ 1 ଷ୍ଟୁଡିଓ ଏବଂ ପ୍ରଣୟ ରେଡ୍ଡୀବଭଙ୍ଗାଙ୍କ ଭଦ୍ରକାଲି ପିକଚର୍ସ, ‘ଆନିମଲ’ ଡିସେମ୍ବର 1 ରେ ରିଲିଜ ହେବ ।



[ad_2]

Leave a Reply

Your email address will not be published. Required fields are marked *

Back to top button