ସାବରିମାଲା ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଅଟୋ, ୫ ମୃତ – Sahana Mela

[ad_1]
ନୂଆଦିଲ୍ଲୀ : ମୃତ୍ୟୁ କେବେ , କାହାକୁ , କେଉଁଠାରେ ଆସିବ , ତାହା କେହି କହିପାରିବେ ନାହିଁ । ଏମିତି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ନିମିଷକରେ ଚାଲିଯାଇଛି ୫ ଜଣଙ୍କ ଜୀବନ । କେରଳ ମଲ୍ଲପୁରମଠାରେ ଘଟିଛି ଏକ ଭୟାବହ ଦୁର୍ଘଟଣା । ସୂଚନା ମୂତାବକ ଏକ ବସ୍ କିଛି ତୀର୍ଥଯାତ୍ରୀଙ୍କୁ ନେଇ ସାବରୀମାଳା ଦର୍ଶନ ପାଇଁ ଯାଉଥିଲା । ହେଲେ ବାଟରେ ଏକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି ।
ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ଜଣାପଡିଛି । ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ ବସ୍ଟି ମାଲାପୁରମ୍ ନିକଟରେ ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ସେପଟେ ଏହି ଘଟଣାକୁ ନେଇ ମଲ୍ଲପୁରମ ଜିଲ୍ଲା ପୋଲିସ ମୁଖ୍ୟ ଶଶୀଧରନ ଏସ୍. କହିଛନ୍ତି ଯେ ଏକ ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି । ଆମେ ଦୁର୍ଘଟଣା ସ୍ଥଳକୁ ସଠିକ୍ ଭାବରେ ଯାଞ୍ଚ କରିବା ସହ ଘଟଣାରେ ଅଧିକ ତଦନ୍ତ କରିବୁ । ପୁର୍ନବାର ଯେଭଳି ଏମିତି ଦୁର୍ଘଟଣା ନହୁଏ ସେ ନେଇ ପଦକ୍ଷେପ ନିଆଯିବ ।
[ad_2]