ଦେଶ- ବିଦେଶ

ବୈଷ୍ଣୋଦେବୀ ମନ୍ଦିରରେ ୫୦୦ କୋଟିରୁ ଅଧିକ ଟଙ୍କାର ରୁପା କାରବାର ମାମଲା, ଯାଞ୍ଚ ଅଧିକାରୀଙ୍କୁ ଜରୁରୀ ରେକର୍ଡ ମାଗିଲେ କୋର୍ଟ

ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିରରେ ୫୦୦ କୋଟିରୁ ଅଧିକ ଟଙ୍କାର ନକଲି ରୁପା ଅର୍ପଣ ମାମଲାରେ ଜମ୍ମୁ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର ରୁପା ଚଢ଼ା଼ଇବା ନକଲି ଥିଲା ନା ଏହାକୁ ବଦଳାଇ ଦିଆଯାଇଛି ? ଏହି ଘଟଣାକୁ ନେଇ ଏବେ ଜମ୍ମୁ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ବହୁଚର୍ଚ୍ଚିତ ମାମଲାର ଶୁଣାଣି କରି ଜମ୍ମୁର ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ମୁନୀଶ କୁମାର ମନସଙ୍କ ଅଦାଲତ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ଆବଶ୍ୟକୀୟ ରେକର୍ଡ ସହିତ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ ।

ଓକିଲ ଦୀପକ ଶର୍ମାଙ୍କ ଦ୍ବାରା ଦାୟର କରାଯାଇଥିବା ଏକ ଯାଚିକାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଓକିଲ ପ୍ରଥମ ଥର ପାଇଁ ଇନ୍ସପେକ୍ଟର ଅଫ ପୋଲିସ (କ୍ରାଇମବ୍ରାଞ୍ଚ, ଜମ୍ମୁ) ଏବଂ ସିନିଅର ସୁପରିଟେଣ୍ଡେଣ୍ଟ ଅଫ ପୋଲିସ (କ୍ରାଇମବ୍ରାଞ୍ଚ)ଙ୍କ ସମ୍ମୁଖରେ ଏକ ବିସ୍ତୃତ୍ୱ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରୀଇନରେ ଶ୍ରଦ୍ଧାଳୁଙ୍କ ଦ୍ବାରା ଅର୍ପଣ କରାଯାଇଥିବା ରୁପା ଅର୍ପଣରେ ନକଲି ଜିନିଷ ମିଶାଇବା, ବଦଳାଇବା ମାମଲାରେ ବ୍ୟାପକ ଯାଞ୍ଚ ପାଇଁ ଏଫଆଇଆରରେ ଦାବି ହୋଇଛି ।

ସମସ୍ତ ଅଧିକାରୀ ସବୁ ରିପୋର୍ଟ ସହିତ ଆଗାମୀ ଶୁଣାଣି ସମୟରେ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Back to top button