ବାହା ହେଲେ ‘ଇସ୍ ପ୍ୟାର୍ କୋ କ୍ୟାୟ ନାମ ଦୁଁ ’ ଅଭିନେତ୍ରୀ – Sahana Mela

[ad_1]
ମୁମ୍ବାଇ: ଇସ୍କବାଜ୍ ସିରିଏଲରେ ଗୌରୀ ଭୂମିକା ନିଭାଇଥିବା ଶ୍ରୀନୁ ପାରିଖଙ୍କୁ ଆପଣମାନେ ଖୁବ୍ ଭଲ ରେ ଜାଣିଥିବେ । ଟେଲିଭିଜନ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ। ଡିସେମ୍ବର ୨୧ ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ଦିନର ପ୍ରେମିକ ଅକ୍ଷୟ ମଥ୍ରେଙ୍କୁ ସେ ବିବାହ କରିଛନ୍ତି ।
ଶ୍ରୀନୁ ଇନଷ୍ଟାରେ ବାହାଘରର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ‘ଇସ୍ ପ୍ୟାର୍ କୋ କ୍ୟାୟା ନାମ ଦୁଁ’ ଭଳି ସୋ’ରେ ମଧ୍ୟ ଶ୍ରୀନୁଙ୍କୁ ଦେଖିବାକୁ ମିଳିଥିଲା। ଉଭୟ ବାହାଘର ଲୁକରେ ବହୁତ୍ ସୁନ୍ଦର ଦେଖାଯାଉଛନ୍ତି । ଶ୍ରୀନୁଙ୍କ ବିବାହ ଏକ ସିନେମାର କାହାଣୀଠାରୁ କମ୍ ନୁହେଁ। ବିବାହ ଫଟୋ ସେୟାର କରି ଶ୍ରୀନୁ ବିବାହ ତାରିଖ ଲେଖିଛନ୍ତି।
ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବର ଅକ୍ଷୟ ଧଳା ଫୁଲରେ ସଜାଯାଇଥିବା ଏକ ଛାତ ଖୋଲା କାରରେ ଏକଦମ ଉପଭୋଗ କରି କରି ଆସୁଛନ୍ତି। ସେ ‘ବଚନା ଏ ହସିନୋ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି।
[ad_2]