ମନୋରଞ୍ଜନ

ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ – Sahana Mela

[ad_1]


ମୁମ୍ବାଇ: ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ । ୫୯ ବୟସରେ ଆରପାରିକୁ ଚାଲିଗଲେ ଟିଭି ଇଣ୍ଡଷ୍ଟ୍ରିର ଭେଟେରିଆନ ଅଭିନେତା ଋତୁରାଜ ସିଂ । ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ବାସଭବନରେ ଋତୁରାଜଙ୍କ ମୃତ୍ୟୁ ହୋଇଛି । ତେବେ ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଭିନେତାଙ୍କର ମୃତ୍ୟୁ ଖବର ଶୁଣି ଏବେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

୯୦ ଦଶକରେ ଜି ଟିଭିରେ ରିଅଲିଟି ଗେମ୍ ସୋ ’ତୋଲ୍ ମୋଲ୍ କେ ବୋଲ୍’ ଆୟୋଜନ କରି ନିଜର ପରିଚୟ ସୃଷ୍ଟି କରିଥିବା ଋତୁରାଜ ସିଂ ଅନେକ ସିରିଏଲ, ଚଳଚ୍ଚିତ୍ର ଏବଂ OTT ଶୋ’ରେ କାମ କରିଛନ୍ତି । ୧୯୯୩ ରେ ଜି ଟିଭିରେ ପ୍ରସାରିତ ହୋଇଥିବା ତାଙ୍କ ଶୋ ‘ବାନେଗି ଆପନି ବାତ୍’ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା | ‘ହିଟଲର ଦିଦି’, ‘ଜ୍ୟୋତି’, ‘ଶପଥ’, ‘ଅଦାଲତ’, ‘ଆହାଟ’, ‘ଦିୟା ଔର ବାତି’, ୱାରିଅର୍ ହାଇ ‘,’ ଲାଡୋ ୨ ‘ଭଳି ଅନେକ ସିରିଏଲରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ରିପୋର୍ଟ ଅନୁସାରେ, ଋତୁରାଜଙ୍କ ମୃତ୍ୟୁ ଖବର ତାଙ୍କ ଘନିଷ୍ଟ ବନ୍ଧୁ ଅମିତ ବହଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ” ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଛି । ତେବେ କିଛି ଦିନ ପୂର୍ବରୁ ଅଗ୍ନାଶୟର ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଘରକୁ ଫେରିବା ପରେ ସେ କିଛି ହୃଦ୍‌ଜନିତ ସମସ୍ୟାର ସମ୍ମୁଖିନ ହୋଇଥିଲେ ୱ ଶେଷରେ ଆସି ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ” ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କ ବାସଭବନ ଅଭିମୁଖେ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶେଷ ଥର ଋତୁରାଜଙ୍କୁ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ସିରିୟଲ ଅନୁପମାରେ ଦେଖିବାକୁ ମିଳିଥିଲା । ସେହି ସୋ ରେ ତାଙ୍କ ଭୂମିକା ପାଇଁ ସେ ବେଶ୍ ଚର୍ଚ୍ଚାରେ ରହିଥିଲେ । ତେବେ ଏହା ପୂର୍ବରୁ ଅଭିନେତାଙ୍କୁ ‘ୟେ ରିସ୍ତା କ୍ୟା କେହଲତା ହେ’ ରେ ମଧ୍ୟ ଅଭିନୟ କରିଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button