ଦୁର୍ଘଟଣା ପରେ ବସ୍ ରେ ଲାଗିଲା ନିଆଁ, ୧୩ଜଣ ଜୀବନ୍ତ ଦଗ୍ଧ – Sahana Mela

[ad_1]
ମହାରାଷ୍ଟ୍ର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପରସ୍ପର ସହ ଧକ୍କା ହେବା ଫଳରେ ବସ୍ ରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ୧୩ଜଣ । ମଧ୍ୟପ୍ରଦେଶର ଗୁନାଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ଦୁଇ ପଟରୁ ଆସୁଥିବା ଏକ ବସ୍ ଓ ଟ୍ରକ୍ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣାଟି ଘଟିଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍ ରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା । ୩୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ସେହି ବସ୍ ରେ ନିଆଁ ଲାଗିଯିବା ଫଳରେ ଘଟଣାସ୍ଥଳରେ ହିଁ ୧୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ବାକି ୧୭ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିକଟସ୍ଥ ଲୋକଙ୍କ ସହାୟତାରେ ଗୁରୁତର ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି ।
ବଜରଙ୍ଗଗଡ ପୋଲିସ ଷ୍ଟେସନ ପରିସରର ଦୋହି ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ବସଟି କେଉଁ ସ୍ଥାନକୁ ଯାଉଥିଲା ସେନେଇ କିଛି ସୂଚନା ମିଳିପାରିନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ସେପଟେ ସମସ୍ତ ମୃତକଙ୍କ ପରିଚୟ ଖୋଜୁଛି ପୋଲିସ ।
[ad_2]