ଦେଶ- ବିଦେଶ

ବ୍ରିଜ୍ ତଳେ ଫସିଗଲା ଉଡ଼ାଜାହାଜ,ସ୍ଥାନୀୟ ଲୋକଙ୍କ ସହଯୋଗରେ ବାହାରିଥିଲା – Sahana Mela

[ad_1]

ବିହାର: ବ୍ରିଜ୍ ତଳେ ଫସିଗଲା ଉଡ଼ାଜାହାଜ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ବିହାରର ମୋତିହାରିରେ ଥିବା ଏକ ବ୍ରିଜ୍ ତଳେ ଆଜି ଏକ ଉଡ଼ାଜାହାଜ ଫସିଯାଇଥିବା ଦେଖିବାକୁ ମିଳିଥିଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ, ସ୍କ୍ରାପ୍‌ରେ ପରିଣତ ହୋଇଥିବା ଏକ ଉଡ଼ାଜାହାଜକୁ ଟ୍ରେଲରରେ ମୁମ୍ବାଇରୁ ଆସାମ ନିଆଯାଉଥିଲା । ଆଜି ସକାଳେ ବିହାରର ମୋତିହାରିରେ ଏହା ଏକ ଓଭର ବ୍ରିଜ୍ ତଳେ ଫସି ଯାଇଥିଲା । ସ୍କ୍ରାପ୍ ବିମାନଟି ଓଭର ବ୍ରିଜ୍ ତଳେ ଫସି ଯିବାରୁ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ଉପୁଜିଥିଲା । ଏହା ପରେ କିଛି ଟ୍ରକ୍ ଡ୍ରାଇଭର ଓ ସ୍ଥାନୀୟ ଲୋକେ ସହାୟତାର ହାତ ବଢ଼ାଇଥିଲେ । ସେମାନଙ୍କ ସହଯୋଗରେ ସ୍କ୍ରାପ୍ ଉଡ଼ାଜାହାଜକୁ ଧରି ଟ୍ରେଲ୍‌ରଟି ପୁଣି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ଏହିଭଳି ଘଟଣା ପ୍ରଥମ ଥର ଘଟି ନାହିଁ । ୨୦୨୨ ନଭେମ୍ବର ମାସରେ ଆନ୍ଧ୍ର ପ୍ରଦେଶର ବାପଟଲା ଜିଲ୍ଲାରେ ଏକ ସ୍କ୍ରାପ୍ ଉଡ଼ାଜାହାଜ ଏକ ଓଭର ବ୍ରିଜ୍ ତଳେ ଫସି ଯାଇଥିଲେ । ହାଇଦ୍ରାବାଦର ଜଣେ ହୋଟେଲ ମାଲିକ କେରଳରେ ହୋଇଥିବା ଏକ ନିଲାମୀ ବେଳେ ସେହି ସ୍କ୍ରାପ୍ ଉଡ଼ାଜାହାଜକୁ ହାତେଇଥିଲେ ।

[ad_2]

Leave a Reply

Your email address will not be published. Required fields are marked *

Back to top button