ଅଯୋଧ୍ୟା ଗସ୍ତରେ ମୋଦୀ, ରେଳ ଷ୍ଟେସନ ଓ ବିମାନବନ୍ଦରର କଲେ ଉଦଘାଟନ – Sahana Mela
[ad_1]
ଉତ୍ତରପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଯେଉଁଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ ରାମ ନାରା ଦେଇ ସ୍ବାଗତ ଜଣାଇଛନ୍ତି। ରୋଡ ଶୋ’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନଃ ବିକଶିତ ଅଯୋଧ୍ୟା ରେଳ ଷ୍ଟେଶନର ଉଦ୍ଘାଟନ କରିଛନ୍ତି। ଦୁଇଟି ୨ଟି ନୂଆ ଅମୃତ ଭାରତ ଏବଂ ୬ଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୋଦୀ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅନ୍ୟାନ୍ୟ ରେଳ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିଛନ୍ତି । ଅଯୋଧ୍ୟା ଧାମ ଷ୍ଟେସନରରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏହି ରେଳଷ୍ଟେସନ ସମସ୍ତଙ୍କ ପାଇଁ ଉର୍ଦ୍ଦିଷ୍ଟ ବୋଲି ମୋଦି କହିଛନ୍ତି ।
ଅନ୍ୟପଟେ ଜାନୁୟାରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ ମୋଦୀ ଅଯୋଧ୍ୟାରେ ନବନିର୍ମିତ ମହର୍ଷି ବାଲ୍ମିକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ କରିଛନ୍ତି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ୧୪ ଶହ ୫୦ କୋଟି ବ୍ୟୟରେ ମାତ୍ର ୬ ମାସରେ ନିର୍ମିତ ହୋଇଛି ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର । ମୋଦିଙ୍କ ସ୍ବାଗତ ପାଇଁ ସାରା ସହରକୁ ଫୁଲରେ ସଜା ଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ଯ କଡ଼ାକଡି କରାଯାଇଛି ।
[ad_2]