ରାଜନୀତି

ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲା ବିଜେଡି – Sahana Mela

[ad_1]


ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ଦେଇଛି ବିଜୁ ଜନତା ଦଳ। ନୂଆବର୍ଷରେ ଦଳର ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି।

ଆଗକୁ ନିର୍ବାଚନ ରହିଛି। ପାରାଦୀପରେ ଦାମ ଜଣେ ଟାଣୁଆ ନେତା। ଯଦିଓ ଅନ୍ତିମ ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ସେ ହାରିଯାଇଥିଲେ। ଏବଂ ପରେ ବିଜେପିରୁ ଇସ୍ତଫା ଦେଇଥିଲେ କିନ୍ତୁ ଏହାରି ଭିତରେ ତାଙ୍କର ଅନେକ ବୟାନ ଶାସକ ଦଳକୁ ସମର୍ଥନ କରିଲା ଭଳି ରହୁଥିଲା। ସେହିପରି ତାଙ୍କ ପୁଅ ମଧ୍ୟ ବିଜେଡିରୁ ବିଧାୟକ ଅଛନ୍ତି। ବିଷ୍ଣ ସେଠୀଙ୍କ ଅବର୍ତ୍ତମାନ ପରେ ଜିଲ୍ଲାରେ ବିଜେଡିର ବରିଷ୍ଠ ନେତାଙ୍କ ଅଭାବ ରହିଥିଲା। ଏବେ କିନ୍ତୁ ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ବିଜେଡି ଗୋଟିଏ ବଡ ଗୋଟି ଚଳାଇଥିବା କୁହାଯାଉଛି।

୨୦୧୮ ମସିହାରେ ଦାମ ଦଳରୁ ବହିଷ୍କୃତ ହୋଇଥିଲେ। ଓମଫେଡରେ ୩୦ କୋଟି ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦାମୋଦର ରାଉତ ସରକାରକୁ ସେତେବେଳେ ଅଡ଼ୁଆରେ ପକାଇଥିଲେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଚାରା ରୋପଣରେ ୧୦୦ କୋଟି ଟଙ୍କା ଠକେଇ ହୋଇଥିବା ସେ ଅଭିଯୋଗ କରିଥିଲେ। ଏପରିକି ସେ ବାରମ୍ବାର କିଛି ପ୍ରଭାବଶାଳୀ ଅମଲା ଏବଂ ଦଳର କିଛି ଯୁବ ନେତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ପରେ ଦଳର ସୁପ୍ରିମୋ ସେପ୍ଟେମ୍ବର ୧୨ରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।

ଦାମ ରାଉତ ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ। ସେ ବିଜୁ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଡାକ୍ତର ଚାକିରି ପଦ ଛାଡି ରାଜନୀତିରେ ଯୋଗ ଦେଇଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button