ଦେଶ- ବିଦେଶ

ଦୁଃଖ ଦେଇଗଲା ନବବର୍ଷ, କାଳ ସାଜିଲା ପିକନିକ, ଦୁର୍ଘଟଣାରେ ଗଲା ୬ ଜୀବନ – Sahana Mela

[ad_1]


ରାଞ୍ଚି: ଦୁଃଖ ଦେଇଗଲା ନବବର୍ଷ । କାଳ ସାଜିଲା ପିକନିକ । ନୂଆବର୍ଷରେ ଘଟିଲା ଅଘଟଣ । ଡିଭାଇଡର୍‌ରେ ପିଟି ହେଲା କାର୍ । ଚାଲିଗଲା ୬ ଜଣଙ୍କ ଜୀବନ । ଝାଡ଼ଖଣ୍ଡର ଜାମଶେଦପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ସୂଚନା ଅନୁସାରେ, ଆଜି ଭୋର ୫ଟା୧୫ରେ ଜାମସେଦପୁର ପରିସଦନ ଗୋଲ ଚକ୍କର ନିକଟରେ ଏକ କାର ଭାରସ୍ୟାମ ହରାଇ ଏକ ଗଛ ସହ ଧକ୍କା  ହୋଇଥିଲା । ଦୁର୍ଘଟଣାରେ କାର୍ ଟି ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଚୁରମାର୍ ହେଇଯାଇଥିଲା । ଫଳରେ କାରରେ ଥିବା ଆଠ ଜଣ ଯୁବକଙ୍କ ମଧ୍ୟରୁ ଛଅ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଓ ଉଦ୍ଧାର କାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ନୂଆବର୍ଷ ସେଲିବ୍ରେସନ ପାଳି ହୋଟେଲରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ମୃତକ ଆର୍‌ଆଇଟି ଥାନା ଅଞ୍ଚଳର କୁଲୁପ୍ତାଙ୍ଗା ବାସିନ୍ଦା ବୋଲି ଜଣାପଡିଛି।

ଜାମସେଦପୁର ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଏହି କାରରେ ପାଞ୍ଚ ଜଣଙ୍କ ବସିବାର କ୍ଷମତା ଥିଲା, କିନ୍ତୁ ଏଥିରେ ଆଠ ଜଣ ଲୋକ ଯାତ୍ରା କରୁଥିଲେ। କାରଟି ପ୍ରଥମେ ଡିଭାଇଡର୍ ଏବଂ ପରେ ରାସ୍ତା କଡ଼ରେ ଥିବା ସ୍ତମ୍ଭକୁ ଧକ୍କା ଦେଇଥିଲା।

 



[ad_2]

Leave a Reply

Your email address will not be published. Required fields are marked *

Back to top button