ଦେଶ- ବିଦେଶ

କଂଗ୍ରେସରେ ସାମିଲ ହେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ଭଉଣୀ ଶର୍ମିଲା ! – Sahana Mela

[ad_1]


ଅମରାବତୀ: କଂଗ୍ରେସରେ ସାମିଲ ହୋଇପାରନ୍ତି ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ନେତ୍ରୀ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ ଶର୍ମିଲା। ଚଳିତ ସପ୍ତାହର ଶେଷ ସୁଦ୍ଧା ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି। ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ସେ କଂଗ୍ରେସରେ ମିଶି ପାରନ୍ତି ଶର୍ମିଲା। ସେ ବର୍ତ୍ତମାନ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି ।

ତେଲେଙ୍ଗାନାରେ କଂଗ୍ରେସର ବିଜୟ ପରେ ଏପରି ନିଷ୍ପତ୍ତି ନେବାକୁ ଯାଉଥିବା କୁହାଯାଉଛି ।ଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ବସିଥିଲା । ଯେଉଁଥିରେ ଆନ୍ଧ୍ରପ୍ରଦେଶ ନେତାଙ୍କ ମତାମତ ଲୋଡିଥିଲେ ରାହୁଲ ଗାନ୍ଧୀ । କଂଗ୍ରେସ ଦଳରେ ଶର୍ମିଲାଙ୍କୁ ସାମିଲ କରାଯିବା ଉଚିତ ବୋଲି ଅଧିକାଂଶ ଆନ୍ଧ୍ରପ୍ରଦେଶ ନେତା ମତ ରଖିଥିଲେ । ତେବେ ସେ କଂଗ୍ରେସରେ କେବେ ସାମିଲ ହେବେ ଆସନ୍ତାକାଲି ସୁଦ୍ଧା ତାହା ସ୍ପଷ୍ଟ ହୋଇଯିବ।

ଆଜି ଶର୍ମିଲା ଦଳର ନେତାଙ୍କୁ ନେଇ ଏକ ବୈଠକ ଡାକିଛନ୍ତି । ଯେଉଁଥିରେ ଦଳର ମିଶ୍ରଣ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା ହେଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିପୁଳ ମାତ୍ରାରେ ଭୋଟ ପାଇ ରାଜ୍ୟରେ ସରକାର ଗଠନ କରିଛି । ନିର୍ବାଚନ ପୂର୍ବରୁ ଶର୍ମିଲା କଂଗ୍ରେସକୁ ସମର୍ଥନ ଜଣାଇଥିଲେ। ଏପରିକି ଶର୍ମିଲାଙ୍କ ଦଳ ଗତ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭାଗ ନେଇନଥିଲା ।

ନିର୍ବାଚନ ପୂର୍ବରୁ ଶର୍ମିଲା କହିଥିଲେ ଯେ, ‘ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳକୁ ମୁଁ ସମର୍ଥନ କରୁଛି । ରାଜ୍ୟରେ ଶାସନ ଗଢିବାକୁ କଂଗ୍ରେସ ପାଖରେ ସୁଯୋଗ ରହିଛି । ବିଆରଏସ ରାଜ୍ୟରେ ୯ବର୍ଷ ଶାସନ କରି ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ । ତେଣୁ ମୁଁ ଚାହୁଁଛି କେସିଆର କ୍ଷମତାରୁ ହଟନ୍ତୁ’ ।



[ad_2]

Leave a Reply

Your email address will not be published. Required fields are marked *

Back to top button