ରାଜନୀତି

ସକାଳେ ମନ୍ତ୍ରୀ କହିଲେ ‘ନା’, ରାତିରେ ମନ୍ତ୍ରାଳୟର ଖାରଜ: ଦୋଷ ଲଦିଲେ ରାଜ୍ୟ ଉପରେ – Sahana Mela

[ad_1]


ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବି ନେଇ ମଙ୍ଗଳବାର ସକାଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦେଇଥିବା ବୟାନକୁ ରାତିରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଖଣ୍ଡନ କରିଛି। କେନ୍ଦ୍ର ସରକାର ଓ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଭର୍ଚୁଆଲ୍ ବେଞ୍ଚ ଉପଲବ୍ଧ ଥିବାରୁ ସ୍ୱତନ୍ତ୍ର ସ୍ଥାୟୀ ବେଞ୍ଚ ଦାବି ଆଉ ପ୍ରାସଙ୍ଗିକ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ମଙ୍ଗଳବାର କହିଥିଲେ। ଯାହାକୁ ନେଇ ବିଜେଡି ଓ କଂଗ୍ରେସ ସମାଲୋଚନା କରିଥିଲେ।

ଏବେ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରି କହିଛି ଯେ ଯଶବନ୍ତ ସିଂ କମିଶନଙ୍କ ସୁପାରିସ ଅନୁଯାୟୀ ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ସହମତିକ୍ରମେ ରାଜ୍ୟ ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ପ୍ରସ୍ତାବ ପାଇବା ପରେ ହିଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାନ ପାଇଁ ପ୍ରସ୍ତାବ ଉପରେ ବିଚାର କରାଯାଏ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଓ ୨୦୧୯ରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ ରାଜ୍ୟ ସରକାର ହାଇକୋର୍ଟଙ୍କ ମତାମତ ନେବା ଏବଂ ବିଚାରପତିଙ୍କ ପାଇଁ ସ୍ଥାନ, କୋଠା ଓ କ୍ୱାର୍ଟର୍ସ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ଭଳି ଆବଶ୍ୟକତା ପୂରଣ କରିନାହାନ୍ତି।

୨୦୨୩ ଜୁଲାଇ ୨୦ତାରିଖରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ। ଏହା ସୂଚାଉଛି ଯେ, ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଆଗ୍ରହର ଅଭାବ ରହିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button