ମନୋରଞ୍ଜନ

ଫିଲ୍ମ ‘ଟ୍ୱେଲଥ୍ ଫେଲ୍‘ ସୁଟିଂ ସେଟରେ ଭୋ ଭୋ ହୋଇ କାନ୍ଦିଥିଲେ ଅଭିନେତା ବିକ୍ରାନ୍ତ ମୈସୀ – Sahana Mela

[ad_1]

ମୁମ୍ବାଇ; ବଲିଉଡ୍ ଫିଲ୍ମ ‘ଟ୍ୱେଲଥ୍ ଫେଲ୍‘ ସମସ୍ତଙ୍କ ମନକୁ ଛୁଇଁ ପାରିଛି। ଏହି ଫିଲ୍ମ ଦେଖିବା ପରେ ବିଶେଷକରି ଯୁବପିଢ଼ି ଉତ୍ସାହିତ ହେବା ସହ ଜୀବନରେ ସଫଳତା ପାଇବା ପାଇଁ କିପରି ସଂଘର୍ଷ କରିବାକୁ ପଡ଼େ, ଏହାକୁ ଭଲ ଭାବରେ ଅନୁଭଵ କରୁଛନ୍ତି। 

ଫିଲ୍ମରେ ଅଭିନେତା ବିକ୍ରାନ୍ତ ମୈସୀଙ୍କ ଚମତ୍କାର ଅଭିନୟକୁ ମଧ୍ୟ ସମସ୍ତେ ପସନ୍ଦ କରିଛନ୍ତି। ଏହି ଫିଲ୍ମ ପରେ ବିକ୍ରାନ୍ତ ପ୍ରଶଂସକଙ୍କ ହୃଦୟରେ ଏକ ଅଲଗା ସ୍ଥାନ ତିଆରି କରିପାରିଛନ୍ତି। ଫିଲ୍ମରେ ନିଜର ସ୍ଵତନ୍ତ୍ର ଅଭିନୟ ପାଇଁ ବିକ୍ରାନ୍ତ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏପରିକି ନୂଆ ନୂଆ ଚରିତ୍ରରେ ଅଭିନୟ କରିବାକୁ ମଧ୍ୟ ସେ ପସନ୍ଦ କରିଥାନ୍ତି। 

ନିକଟରେ ଏକ ସାକ୍ଷାତକାରରେ ଏକ ଫିଲ୍ମର ଅଭିଜ୍ଞତାକୁ ଶେୟାର କରି ବିକ୍ରାନ୍ତ ମୈସୀ କହିଛନ୍ତି, ‘ମୋ ଫିଲ୍ମ କ୍ୟାରିୟରେ ଏପରି ଏକ ଫିଲ୍ମରେ ମୋତେ ଅଭିନୟର ସୁଯୋଗ ମିଳିଥିଲା, ଯାହା ମୋ ପାଇଁ କଷ୍ଟଦାୟକ ଥିଲା। ଯେଉଁ ଫିଲ୍ମ ପରେ ମୋତେ ଥେରାପି ନେବାକୁ ବି ପଡ଼ିଥିଲା। ସେ ଫିଲ୍ମ ଥିଲା ମୋ ଜୀବନର ଏକ କଳା ଅଧ୍ଯାୟ।‘

ବିକ୍ରାନ୍ତ ଅଭିନୟ କରିଥିବା ସେ ଫିଲ୍ମଟି ଥିଲା ‘ଏ ଡେଥ୍ ଇନ ଦି ଗୁଞ୍ଜ‘। ଯେଉଁଥିରେ କୋଙ୍କଣା ସେନ୍ ଶର୍ମା ନିର୍ଦ୍ଦେଶନା ଦେଇଥିଲେ। ବିକ୍ରାନ୍ତ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଅଭିନୟ ସାରିବା ପରେ ସେ ଏକ ଅଲଗା ଦୁନିଆକୁ ଚାଲିଯାଇଥିଲେ।

ଏହି ଫିଲ୍ମରେ ଅଭିନୟ କରିବା ପରେ ଏହାର ଯେଉଁ ପ୍ରଭାବ ବିକ୍ରାନ୍ତଙ୍କ ଉପରେ ପଡ଼ିଥିଲା, ତାକୁ ନେଇ ସେ କୁହନ୍ତି, ‘ମୋତେ ସତରେ ଥେରାପିର ଆବଶ୍ୟକ ପଡ଼ିଥିଲା। କାହା ସହିତ କଥା ହେବାର ଆବଶ୍ୟକତା ମନେ କରିଥିଲି। କିନ୍ତୁ ପରିବାରରେ ଏହାକୁ ନେଇ ମୁହଁ ଖୋଲିଲେ କଥା ଆଗକୁ ବଢ଼ିଯିବ। ଏଥିପାଇଁ ପରିବାର ଲୋକଙ୍କ ସହ କଥା ହେବା ବହୁତ କଷ୍ଟଦାୟକ ଥିଲା। କାରଣ ‘ଏ  ଡେଥ୍ ଇନ୍ ଦି ଗୁଞ୍ଜ‘ ଫିଲ୍ମ ମୋ ପାଇଁ ଏକ କଳା ଫିଲ୍ମ ଥିଲା। ଯାହା ମୋତେ ଅନ୍ଧାରକୁ ନେଇ କଚାଡ଼ି ଦେଇଥିଲା।‘  

 ଫିଲ୍ମ ‘ଟ୍ୱେଲଥ୍ ଫେଲ୍‘ ରେ ମଧ୍ୟ ବିକ୍ରାନ୍ତଙ୍କର ଅନେକ ଅନୁଭୂତି ରହିଛି। ଫିଲ୍ମରେ ଏକ ସିନ୍ ଏପରି ବି ଥିଲା, ଯେଉଁଥିରେ ମନୋଜ ଶର୍ମା ଦୁଃଖରେ ଭାଙ୍ଗିଯାଇ ଭୋ ଭୋ ହୋଇ କାନ୍ଦୁଛନ୍ତି। ଏହି ସିନ୍ ପରେ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା କଟ୍ କରିସାରିଥିଲେ। କିନ୍ତୁ ବିକ୍ରାନ୍ତ ନିଜ ଇମୋସନକୁ ନିୟନ୍ତ୍ରଣ କରିନପାରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। 

ସୂଚନା ଯୋଗ୍ୟ  ଫିଲ୍ମ ‘ଟ୍ୱେଲଥ୍ ଫେଲ୍‘ ଏଯାବତ୍ ବକ୍ସ ଅଫିସରେ ୬୭ କୋଟି ଟଙ୍କା କଲେକ୍ସନ୍ କରିଛି। 

[ad_2]

Leave a Reply

Your email address will not be published. Required fields are marked *

Back to top button