BSKY ନଵୀନ ସ୍ୱାସ୍ଥ୍ୟ କାର୍ଡ,୩ ଦିନ ମଧ୍ୟରେ ୭୧ ହଜାର ଆବେଦନ – Sahana Mela

[ad_1]
ଭୁବନେଶ୍ୱର : ୭ ତାରିଖରୁ ଆରମ୍ଭ ହୋଇଛି ବିଏସ୍କେୱାଇ ‘ନବୀନ କାର୍ଡ ‘ପାଇଁ ପଞ୍ଜିକରଣ I ଗତ ୪ ଦିନ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧୦୦୦ ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି। ୩୦ଟି ଯାକ ଜିଲ୍ଳାରୁ ପଞ୍ଜୀକରଣ ପାଇଁ ଆବେଦନ ହୋଇଥିବା ବେଳେ ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରୁ ୯୫୨୫ ପରିବାର ଆବେଦନ କରିଥିବା ବେଳେ କଟକରୁ ୭୩୫୯ ଏବଂ ଖୋର୍ଦ୍ଧାରୁ ୭୧୬୫ ଆବେଦନ ବିଭାଗ ନିକଟରେ ପହଞ୍ଚିଛି। ବିଭିନ୍ନ ଜନସେବା କେନ୍ଦ୍ର ଜରିଆରେ ବିଏସ୍କେୱାଇ ନବୀନ କାର୍ଡର ଅଧିକାଂଶ କରାଯାଉଛି। ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଗ୍ରାମାଞ୍ଚଳର ସବୁ ପରିବାର ପାଇଁ (ସରକାରୀ କର୍ମଚାରୀ, ପେନସନ୍ଭୋଗୀ ଓ ଆୟକର ଦାତାଙ୍କୁ ବାଦ୍ ଦେଇ) ବିଏସ୍କେୱାଇ ନବୀନ କାର୍ଡ ଆରମ୍ଭ କରାଯାଇଛି।
ସେହିପରି ଅନେକ ଲୋକ ସିଧାସଳଖ bskynabin.odisha.gov.in ୱେବ୍ସାଇଟ୍ରେ ଲଗ୍ ଇନ୍ କରି ଆବେଦନ କରିପାରିଛନ୍ତି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ବିଏସ୍କେୱାଇ ନବୀନ କାର୍ଡ ପାଇଁ ଆବେଦନ ଜାରି ରହିବ। ଚଳିତ ବର୍ଷ ମେ’ ପହିଲାରୁ ନବୀନ କାର୍ଡରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ।
ଏଥିରେ ରାସନ କାର୍ଡ ନ ଥିବା ପ୍ରାୟ ୧୪ ଲକ୍ଷ ପରିବାରକୁ ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଯୋଜନାରେ ସାମିଲ କରାଯିବ। ଏହାକୁ ମିଶାଇ ପ୍ରାୟ ୧.୧୦ ପରିବାରକୁ (୯୦%) ବିଏସ୍କେୱାଇରେ ସାମିଲ କରାଯାଇଛି। ଖୁବ୍ ଶୀଘ୍ର ସହରାଞ୍ଚଳର ସବୁ ପରିବାରକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିଏସ୍କେୱାଇ ନବୀନ କାର୍ଡରେ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଉପଲବ୍ଧ ହେବ। ବିଏସ୍କେୱାଇ ନବୀନ କାର୍ଡ ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ନିର୍ଦ୍ଧାରିତ ଗୁରୁତର (କ୍ରିଟିକାଲ) ରୋଗ ଗୁଡିକର ଦେୟମୁକ୍ତ ଚିକିତ୍ସା ପାଇବେ। ହୃଦରୋଗୀ, କିଡ୍ନୀ ରୋଗୀ, ଲିଭର୍ ରୋଗୀ, ବ୍ରେନ୍ ଷ୍ଟ୍ରୋକ୍, ଗମ୍ଭୀର ମସ୍ତିଷ୍କ କ୍ଷତ, ବ୍ରେନ୍ ଟ୍ୟୁମର, ପେଡ଼ାଜଳା ଆହତ, ସ୍ନାୟୁ, ମାଂଶପେଶୀ ଏବଂ କର୍କଟ ରୋଗୀଙ୍କୁ ବିଏସ୍କେୱାଇ ନବୀନ କାର୍ଡରେ ଚିକିତ୍ସା ମିଳିବ।
ଯେଉଁମାନେ ବିଏସ୍କେୱାଇ କାର୍ଡ ପାଇଛନ୍ତି ସେମାନଙ୍କର ବିଏସ୍କେୱାଇ ନବୀନ କାର୍ଡ ପାଇଁ ପଞ୍ଜୀକରଣ କରିବାର ଆବଶ୍ୟକତା ରହିବ ନାହିଁ।
[ad_2]