ଦେଶ- ବିଦେଶ

ଜନକଲ୍ୟାଣ ଯୋଜନାରେ ଦଳୀୟ ଚିହ୍ନର ବ୍ୟବହାର ମାମଲା: ଖାରଜ କଲେ ଦିଲ୍ଲୀ ହାଇକୋର୍ଟ – Sahana Mela

[ad_1]


ନୂଆଦିଲ୍ଲୀ: ଜନ କଲ୍ୟାଣ ଯୋଜନାରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସେମାନଙ୍କ ଦଳୀୟ ଚିହ୍ନକୁ ବ୍ୟବହାର ନେଇ ଏକ ପିଟିସନ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ଜନତା ପାର୍ଟି, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଜତିନ ମହାନ୍ତି ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ। ଜଷ୍ଟିସ ମନମୋହନ ଓ ଜଷ୍ଟିସ ପ୍ରିତମ ସିଂହ ଅରୋରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରିଦେଇଥିଲେ। ଏହା ସହିତ କୌଣସି ରାଜନୈତିକ ସେମାନଙ୍କର ଏହି ଜନକଲ୍ୟାଣ ଯୋଜନାରେ ଦଳୀୟ ଚିହ୍ନକୁ ବ୍ୟବହାର କରିପାରିବେ ନାହିଁ ବୋଲି କହିଥିଲେ।

ଖଣ୍ଡପୀଠ କହିଥିଲେ କି ଏହି ମାମଲା କୌଣସି ଗୋଟିଏ ରାଜ୍ୟ ବା ଗୋଟିଏ ରାଜନୈତିକ ଦଳର ନୁହେଁ। ଏହା ସବୁଆଡ଼େ ଘଟୁଛି। ଶ୍ରୀ ମହାନ୍ତିଙ୍କ ଦ୍ୱାରା ଦାୟର ହୋଇଥିବା ଏହି ମାମଲାର ଗୁରୁତ୍ତ୍ୱକୁ ଦେଖି ଖଣ୍ଡପୀଠ ଏହାର ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଖଣ୍ଡପୀଠ କହିଥିଲେ କି ଏହି ମାମଲା ଯେହେତୁ ଓଡ଼ିଶା ଓ ଶାସକ ବିଜୁ ଜନତା ଦଳ ସହିତ ଜଡିତ, ତେଣୁ ଏହାକୁ ଓଡ଼ିଶା ହାଇକୋର୍ଟରେ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ମହାନ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟର ଏହି ଖଣ୍ଡପୀଠ କହିଥିଲେ କି ଆପଣ ଏହି ମାମଲା ଓଡ଼ିଶା ହାଇକୋର୍ଟରେ ଦାୟର କରିବା ସହିତ ସେଠାରେ ଲଢନ୍ତୁ। ଏହି ମାମଲା ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର। ବିଜ୍ଞାପନ ମଧ୍ୟ ଓଡ଼ିଶାରେ ହୋଇଛି। ଏଠାରେ ମାମଲା ଅଧିକ ମାତ୍ରାରେ ରହିଛି। ଯାହାର ଶୁଣାଣୀ କରିବା ପାଇଁ କୋର୍ଟଙ୍କ ନିକଟରେ ସମୟର ଘୋର ଅଭାବ ରହିଛି। ଆମେମାନେ କିଛି ମଧ୍ୟ କରିପାରିବୁ ନାହିଁ। ଓଡ଼ିଶା ହାଇକୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ।




[ad_2]

Leave a Reply

Your email address will not be published. Required fields are marked *

Back to top button