ଗଜପତି ମହାରାଜାଙ୍କ ଦ୍ୱାରା ସମ୍ପନ୍ନ ହେଲା ବ୍ରାହ୍ମଣ ବରଣ – Sahana Mela

[ad_1]
ପୁରୀ : ଆରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ। ଶୁକ୍ରବାର ସନ୍ଧ୍ୟା ୬ ଟାରୁ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ସମ୍ପନ୍ନ ହୋଇଛି ବ୍ରାହ୍ମଣବରଣ ସହ ଗୁଆଟେକା ନୀତି I ଏହାସହ କରାଯାଇଛି ମହାଯଜ୍ଞର ଆଦ୍ୟପର୍ବ ଅଙ୍କୁରରୋପଣ। ବରଣ ହୋଇଥିବା ବ୍ରାହ୍ମଣମାନେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ନିର୍ମିତ ଯଜ୍ଞସ୍ଥଳ ନିକଟ ସ୍ବତନ୍ତ୍ର କୁଡ଼ିଆରେ ଅଙ୍କୁରରୋପଣ ନୀତି ସମ୍ପନ୍ନ କରିଛନ୍ତି। ଶନିବାର ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି। ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି।
ଆଜି ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଶ୍ରୀନଅରରେ ବ୍ରାହ୍ମଣବରଣ ନୀତି ଆରମ୍ଭ ହୋଇଥିଲା। ଶ୍ରୀନଅରରେ ବିଜେ ମା’ କନକଦୁର୍ଗା ଓ ଅନ୍ୟ ଦେବଦେବୀଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା ହୋଇଥିଲା। ଗଜପତି ମହାରାଜା ଦେବଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ସିଂହାସନରେ ବିଜେ ହୋଇଥିଲେ। ମହାପ୍ରଭୁଙ୍କ ନାକଚଣା ଗଜପତିଙ୍କ ମସ୍ତକ ସ୍ପର୍ଶ କରାଯାଇଥିଲା। ସ୍ବତନ୍ତ୍ର ପୂଜାର୍ଚ୍ଚନା ପୂର୍ବକ ଗଜପତି ବ୍ରାହ୍ମଣମାନଙ୍କୁ ବରଣ କରିଥିଲେ। ବରଣ ହୋଇଥିବା ବ୍ରାହ୍ମଣମାନଙ୍କୁ ପୂଜା ପାତ୍ର ଓ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଗଜପତି ମହାରାଜାଙ୍କ ରାଜଗୁରୁ ଦେବୀପ୍ରସନ୍ନ ରାଜଗୁରୁ, ସୁଧାଂଶୁ ରାଜଗୁରୁ ପ୍ରମୁଖ ଏହି ପୂଜାବିଧି ସମ୍ପନ୍ନ କରିଥିଲେ। ବ୍ରାହ୍ମଣମାନେ ଗଜପତି ମହାରାଜାଙ୍କୁ ଆଶୀର୍ବାଦ ଦେଇଥିଲେ। ପରେ ବରଣ ହୋଇଥିବା ୬ ଜଣ ବ୍ରାହ୍ମଣ ଯଜ୍ଞସ୍ଥଳକୁ ଯାଇ ଅଙ୍କୁରରୋପଣ ନୀତି କରିଥିଲେ। ଏହି ଅବସରରେ ଗଜପତି ଶ୍ରୀମନ୍ଦିର ପୁରୋହିତ, ବରଣ ହୋଇଥିବା ବ୍ରାହ୍ମଣ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
୧୫ ତାରିଖରୁ ‘ହୟୋଶ୍ରୀର୍ଷୋକ୍ତ’ ମନ୍ତ୍ରରେ ଗୁଞ୍ଜରିତ ହେବ ବଡ଼ଦେଉଳ ଅଞ୍ଚଳ। ପ୍ରତିଦିନ ୧୦୦୦ ଲେଖାଏଁ ତିନିଦିନରେ ୩୦୦୦ ଆହୁତି ଦିଆଯିବ। ଶ୍ରୀକ୍ଷେତ୍ରର ସମସ୍ତ ଦେବାଦେବୀଙ୍କ ନାମରେ ମଧ୍ୟରେ ଆହୁତି ପ୍ରଦାନ କରାଯିବ। ନୃସିଂହ ମନ୍ତ୍ର, ଚତୁର୍ଦ୍ଧାବିଗ୍ରହ ମନ୍ତ୍ର ଓ ବାସୁପୂଜା ମନ୍ତ୍ରରେ ପୂଜାର୍ଚ୍ଚନା ହେବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ଏହି ଭବ୍ୟ ମହୋତ୍ସବ କିଭଳି ସମନ୍ବୟ ରକ୍ଷା ପୂର୍ବକ ଆଗକୁ ବଢ଼ିବ, ସେ ଦିଗରେ ସମସ୍ତେ ସହଯୋଗ କରନ୍ତୁ। ଏହି ଭବ୍ୟ ଆୟୋଜନରେ ୧୦୮ଜଣ ବ୍ରାହ୍ମଣ ଯୋଗଦେବେ। ୬୦ଜଣ ଚାରିଦ୍ବାରରେ ବେଦପାଠ କରିବେ ଓ ୪୮ଜଣ ମହାଯଜ୍ଞରେ ଯୋଗଦେବେ। ୧୦୮ ଯେହେତୁ ଏକ ପୂର୍ଣ୍ଣାଙ୍ଗ ଅର୍ଥକୁ ବୁଝାଉଛି, ସେ ଦୃଷ୍ଟିରୁ ୧୦୮ ବ୍ରାହ୍ମଣଙ୍କୁ ଏଥିରେ ସାମିଲ୍ କରାଯାଇଛି। ଏଥିପାଇଁ ଆଜିଠାରୁ ପୁରୀର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ବୋଲି ଆଇଜି ଆଶିଷ କୁମାର ସିଂହ କହିଛନ୍ତି।
[ad_2]