ଖେଳ ଖବର

ସାନିଆ-ଶୋଏବଙ୍କ ଛାଡପତ୍ର ଖବର ପୁନର୍ବାର ଚର୍ଚ୍ଚାରେ – Sahana Mela

[ad_1]


ହାଇଦ୍ରାବାଦ: ଭାରତର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ଛାଡପତ୍ର ଖବର ଏବେ ପୁନର୍ବାର ଚର୍ଚ୍ଚାରେ କାରଣ ସାଜିଛି । ଇନଷ୍ଟାଗ୍ରାମରେ ସାନିଆଙ୍କ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସାନିଆ ଏଥିରେ ଛାଡପତ୍ର ନେବା ଏକ କଷ୍ଟକର ପଦକ୍ଷେପ ବୋଲି କହିଛନ୍ତି । ଅବଶ୍ୟ ସେ ପରୋକ୍ଷରେ ଜୀବନ ଏତେ ସହଜ ନୁହେଁ ବୋଲି କହିଛନ୍ତି । ଏହା ସର୍ବଦା କଠିନ ଆଉ ଆମକୁ ଏଥିରେ ଚଳିବାକୁ ପଡିବ । ସାନିଆ ଓ ଶୋଏବ ବିବାହ ବିଚ୍ଛେଦ ସମ୍ପର୍କରେ କୌଣସି ବୟାନ ଦେcଇ ନାହାନ୍ତି । ଉଭୟ ପରସ୍ପରକୁ ଭଲ ପାଇବା ପରେ ୨୦୧୦ରେ ହାଇଦ୍ରାବାଦର ତାଜ କ୍ରିଷ୍ଣାରେ ବିବାହ କରିଥିଲେ ।

୨୦୧୮ରେ ସେମାନଙ୍କ ଇଜାହନ ମିର୍ଜା ମଲିକ ନାମକ ସନ୍ତାନ ଜନ୍ମ ହୋଇଥିଲା । ପୂର୍ବରୁ ଅନେକ ଥର ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଖବର ପ୍ରକାଶ ପାଇ ସାରିଛି । ଶୋଏବ ଅନ୍ୟ ଜଣେ ବାନ୍ଧବୀଙ୍କ ସହ ସମ୍ପର୍କ ରଖିବା ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ୩୭ ବର୍ଷୀୟା ସାନିଆ ଡବଲ୍ସ ବିଭାଗରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । କିଛି ଦିନ ତଳେ ସାନିଆ ତାଙ୍କ ପୁଅ ସହ ଦୁବାଇରେ ରହୁଥିବା ଖବର ପ୍ରକାଶ ପାଇଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button