ସ୍ୱାସ୍ଥ୍ୟ

ଅଧିକ ଲୁଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ଗମ୍ଭୀର ରୋଗ – Sahana Mela

[ad_1]


ଭୁବନେଶ୍ଵର: ଲୁଣ ବିନା ଖାଦ୍ୟର ସ୍ୱାଦ ଆସେନାହିଁ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି କୁହାଯାଏ। ଏଥିରେ ସୋଡିୟମ୍ ଭରପୂର ମିଳିଥାଏ। କିନ୍ତୁ, ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଏହା ଅନେକ ରୋଗର କାରଣ ହୋଇପାରେ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା କୌଣସି ବିଷଠାରୁ କମ୍ ନୁହେଁ। ତେଣୁ ଖାଦ୍ୟରେ ଲୁଣର ପରିମାଣ ସୀମିତ ରହିବା ଉଚିତ୍।

‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଅଧିକ ଲୁଣ ବ୍ୟବହାରକୁ ନେଇ ଅନେକ ଥର ସତର୍କ ସୂଚନା ଜାରି କରିଛି। ନିକଟରେ ହୁ ଜାରି କରିଥିବା ଏକ ରିପୋର୍ଟରୁ ଜଣା ପଡିଛି ଯେ, ମାତ୍ରାଧିକ ଲୁଣ ବ୍ୟବହାର ଯୋଗୁ ବିଶ୍ୱରେ ୧୮.୯ ଲକ୍ଷ ଲୋକ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି । ଜଣେ ବ୍ୟକ୍ତି ଦିନକୁ ପାଞ୍ଚ ଗ୍ରାମରୁ ଅଧିକ ଲୁଣ ଖାଇଲେ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଥାଏ। ଭବିଷ୍ୟତରେ ଗମ୍ଭୀର ହୃଦଘାତ ମଧ୍ୟ ହୋଇପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଜଣେ ଲୋକ ପ୍ରତିଦିନ ୯ରୁ ୧୨ ଗ୍ରାମ ଲୁଣ ଖାଇଥାଆନ୍ତି । ଏହି ପରିମାଣ ଆବଶ୍ୟକତା ଠାରୁ ଅଧିକ। ଏମତି ଖାଇବା ଦ୍ୱାରା ହାର୍ଟ ଆଟାକ୍, କିଡନି ଜନିତ ସମସ୍ୟା ହୋଇଥାଏ। କ୍ଲୋରାଇଡ୍ ପାଚନ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯେଉଁ ଲୋକମାନଙ୍କର ନିମ୍ନ ରକ୍ତଚାପ ଅଛି, ସେମାନେ ଠିକ୍ ପରିମାଣରେ ଲୁଣ ଖାଇବା ଆବଶ୍ୟକ। ଲୁଣ ବ୍ଲଡ ପ୍ରେସରକୁ ବଢ଼ାଇ ଥାଏ। ଅଧିକ ଲୁଣ ଖାଇବା ହୃତପିଣ୍ଡ ପାଇଁ ଭଲ ନୁହେଁ। ଯଦିଓ ହାଡକୁ ଶକ୍ତ ରଖିବା ଲାଗି କ୍ୟାଲସିୟମ୍ ଆବଶ୍ୟକ ହୋଇଥାଏ। କିନ୍ତୁ ଅଧିକ ଲୁଣ ଖାଇବା ଦ୍ୱାରା ଏହା ଶରୀରରୁ କ୍ୟାଲସିୟମ୍ ବାହାର କରିଦେଇଥାଏ। ଡାକ୍ତରଙ୍କ କହିବାନୁସାରେ ଯେଉଁମାନେ ଅଧିକ ଲୁଣ ଖାଇଥାନ୍ତି, ସେମାନେଙ୍କର ପେଟରେ କ୍ୟାନସର ହେବାର ସମ୍ଭାବନା ରହିଥାଏ।

 

 



[ad_2]

Leave a Reply

Your email address will not be published. Required fields are marked *

Back to top button