ଦେଶ- ବିଦେଶ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ କିଏ ଦେଲେ ସବୁଠୁ ଅଧିକ ଦାନ?  – Sahana Mela

[ad_1]


ଅଯୋଧ୍ୟା: ଭବ୍ୟ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ମନ୍ଦିର ନିର୍ମାଣ ପାଇଁ ମୁକ୍ତ ହସ୍ତରେ ଦାନ କରିଛନ୍ତି ଶ୍ରଦ୍ଧାଳୁ। ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ବଲିଉଡ ତାରକା ମନ୍ଦିର ନିର୍ମାଣରେ ସହଯୋଗ କରିଛନ୍ତି। ରାମ ଭକ୍ତଙ୍କ ଦାନ ଅର୍ଥରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ପ୍ରାୟ ୫୦୦୦ କୋଟିରୁ ଅଧିକ ମୂଲ୍ୟର ସଂପତ୍ତି ଦାନ କରାଯାଇଛି। ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସର୍ବାଧିକ ଟଙ୍କା ଦାନ କରି ବିଶ୍ୱର ଧନୀତାଲିକାରେ ଥିବା ଲୋକଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ରାମ ମନ୍ଦିର ନିର୍ମାଣ ପାଇଁ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି ଏହି ବ୍ୟକ୍ତି । ମନ୍ଦିର ଟ୍ରଷ୍ଟ ଦେଇଥିବା ସୂଚନା ଅନୁଯାୟୀ ସୁରଟର ହୀରା ବ୍ୟବସାୟୀ ଦୀଲ୍ଲିପ କୁମାର ଭି ଲାଖୀ ଓ ତାଙ୍କ ପରିବାର ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପାଇଁ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି। ବର୍ତ୍ତମାନର ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୬୮ହଜାର ଟଙ୍କା ରହିଛି।

ଲାଖୀଙ୍କ ପରିବାରର ଦାନ କରିଥିବା ମୋଟ ସୁନାର ମୂଲ୍ୟ ପ୍ରାୟ ୬୮କୋଟି କୋଟି ହେବ। ମନ୍ଦିରରେ ଲାଗିଥିବା ସୁନାର କବାଟ ଦିଲୀପ କୁମାର ଭି ଲାଖୀଙ୍କ ପରିବାର ଦାନ କରିଥିବା ସୁନାରେ ଆବୃତ ହୋଇଛି। ଏହି ସୁନା ମନ୍ଦିରର କବାଟ, ଗର୍ଭଗୃହ, ତ୍ରିଶୂଳ, ଡମ୍ୱରୁ ଏବଂ ସ୍ତମ୍ଭକୁ ପଲିସ୍ କରିବା ପାଇଁ ବ୍ୟବହୃତ ହୋଇଛି। ଗର୍ଭଗୃହ ପ୍ରବେଶ ଦ୍ୱାର ସହିତ ମନ୍ଦିରର ତଳ ମହଲାରେ ୧୪ଟି ସୁନାର ଫାଟକ ମଧ୍ୟ ଲଗାଯାଇଛି।

ସେହିପରି ପ୍ରବଚକ ମୋରାରୀ ବାପୁ ୧୧.୩କୋଟି ଟଙ୍କା ଦାନ କରିଥିବା ବେଳେ ଆମେରିକା, କାନାଡା ଏବଂ ବ୍ରିଟେନର ରାମ ଭକ୍ତମାନେ ପୃଥକ ଭାବରେ ୮ କୋଟି ଟଙ୍କା ଯୋଗଦାନ କରିଛନ୍ତି। ଗୁଜୁରାଟର ହୀରା ବ୍ୟବସାୟୀ ଗୋବିନ୍ଦଭାଇ ଢୋଲାକିଆ ୧୧ କୋଟି ଟଙ୍କା ଦାନ କରିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button