ଦେଶ- ବିଦେଶ

ଗୁପ୍ତ ତଥ୍ୟ ଲିକ୍ ମାମଲରେ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ – Sahana Mela

[ad_1]


ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍। ଦେଶର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ। ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।ଏଥିସହ ପିଟିଆଇର ଉପାଧ୍ୟକ୍ଷ ଶାହ ମହମୁଦ କୁରେଶୀଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

ସାଇଫର୍ ମାମଲାରେ ଉଭୟଙ୍କୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି ଅଦାଲତ।ଗତ ବର୍ଷ ମାର୍ଚ୍ଚରେ ୱାଶିଂଟନରେ ପାକିସ୍ତାନର ଦୂତାବାସ ଦ୍ୱାରା ପଠାଯାଇଥିବା ଏକ ଗୁପ୍ତ କୂଟନୈତିକ ତଥ୍ୟ ଲିକ୍ କରିଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା।

ପୂର୍ବରୁ ତୋଷଖାନା ମାମଲାରେ ଇସଲାମାବାଦ କୋର୍ଟ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଗତବର୍ଷ ଅଗଷ୍ଟ ୫ରେ ଜେଲ ଯାଇଥିଲେ ଇମ୍ରାନ। ପରେ ଇସଲାମାବାଦ ହାଇକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ପରେ ତାଙ୍କୁ ସିଫର ମାମଲାରେ ଗିରଫ କରାଯାଇଥିଲା।

 



[ad_2]

Leave a Reply

Your email address will not be published. Required fields are marked *

Back to top button