ବିଜେପିର ଗୁପ୍ତ ଡିଲ: ବିଜେଡିର ସମର୍ଥନରେ ଆଗକୁ ଯାଉଛି ବିଜେପି, ହେଲେ କେଉଁଠି ବି ଦିଆହେବନି ଧନ୍ୟବାଦ! – Sahana Mela

[ad_1]
ଭୁବନେଶ୍ୱର:ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଅଶ୍ଵିନୀ ବୈଷ୍ଣବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ୍ ଦେଲେ। ହେଲେ ଭୁଲିଗଲେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଦେବା। ଶୁଣିବାକୁ ମିଳୁଛି ବିଜେପି ନେତାମାନଙ୍କୁ ଦିଆଯାଇଛି ଗୁପ୍ତ ନିର୍ଦ୍ଦେଶ। ନିର୍ଦ୍ଦେଶ ଏହା ଯେ ଦଳର କୌଣସି ନେତା କେଉଁଠାରେ ମଧ୍ୟ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ ନାହିଁ। ବିଶେଷ କରି ଗଣମାଧ୍ୟମକୁ ସମ୍ମୁଖୀନ ହେଉଥିବା ନେତାଙ୍କୁ ଏହି ତାଗିଦ ଜୋର କରାଯାଇଛି।
ଏଥିରେ କୁହାଯାଇଛି ଯେ, ଅଶ୍ବିନୀ ବୈଷ୍ଣବ, ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବେ। ହେଲେ ଏହି ସମର୍ଥନ ନେଇ କେହି ନବୀନ କିମ୍ୱା ବିଜେଡିକୁ ଧନ୍ୟବାଦ ଦେବେ ନାହିଁ। ଅନେକଙ୍କ ମନରେ ଏ ନେଇ ପ୍ରଶ୍ନ ଉଠିଥିବା ବେଳେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହାର କୌଣସି କାରଣ ନାହିଁ। କିନ୍ତୁ ବିଜେପି ବର୍ତ୍ତମାନ ଯେପରି କ୍ଷତିର ସମ୍ମୁଖୀନ ହୋଇଛି ଆଉ ଅଧିକା ନ ହେଉ ସେଥିପାଇଁ ଦଳ ପକ୍ଷରୁ ତାଗିଦ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ଦିନ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ବିମାନ ବନ୍ଦରରେ ଗଣମାଧ୍ୟମକୁ ସାକ୍ଷାତ କରିଥିଲେ। ସେ ବିଜେଡି ସମର୍ଥନ ବିଷୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ କିଛି କହି ନ ଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ସେ ରାଜ୍ୟ କାର୍ଯ୍ୟାଳୟକୁ ଆସିବା ପରେ ସବୁ ବିଧାୟକ ଏବଂ ନେତାଙ୍କୁ ମଧ୍ୟ ତାଗିଦ କରିଥିଲେ। କେହି ନବୀନ କିମ୍ୱା ବିଜେଡିକୁ ଧନ୍ୟବାଦ ଦେବେ ନାହିଁ।
ରାଜନୈତିକ ଅଙ୍କ ଅନୁସାରେ ବିଜେପି ପାଖରେ ରାଜ୍ୟସଭାରେ ଜିତିବା ପାଇଁ ଆବଶ୍ୟକୀୟ ସଂଖ୍ୟା ନାହିଁ। ତଥାପି ଦଳ ଅଶ୍ଵିନୀ ବୈଷ୍ଣବ ପ୍ରାର୍ଥୀଙ୍କୁ ଛିଡା କରାଇଲେ। ସେପଟେ ବିଜେଡି ମଧ୍ୟ ରାଜ୍ୟର ସ୍ବାର୍ଥ ପାଇଁ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କଲା। ଏଠି ସୌଜନ୍ୟତା ଦୃଷ୍ଟିରୁ ଉଭୟ ଦଳ ଓ ଅଶ୍ବିନୀଙ୍କୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଦେବାର ଆବଶ୍ୟକତା ଥିଲା। କିନ୍ତୁ କୌଣସି ବିଜେପି ନେତା ଧନ୍ୟବାଦ ଦେବା ପାଇଁ ସଙ୍କୋଚବୋଧ କଲେ। ଏହି ଅଙ୍କରେ ଦେଖିବାକୁ ଗଲେ ଏଥର ବୋଲି ନୁହେଁ, ଗତଥର ମଧ୍ୟ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରିଥିଲା। ପରବର୍ତ୍ତୀ ସମୟରେସେ ରାଜ୍ୟସଭାକୁ ଯାଇଥିଲେ ଓ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନିତ କରାଯାଇଥିଲା। କିନ୍ତୁ ସେତେବେଳେ ମଧ୍ଯ ବିଜେଡିକୁ ଧନ୍ୟବାଦ୍ ଦେଉନଥିଲେ ଅଶ୍ଵିନୀ। ଯାହାର ପୁନରାବୃତ୍ତି ସେ ଏଥର ମଧ୍ୟ କରିଛନ୍ତି। ଯାହାକୁ ଦଳର ଗୁପ୍ତ ନିର୍ଦ୍ଦେଶ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ୍ ସରଗରମ।
[ad_2]