ରାଜନୀତି

ଦଳ ସହ ନାହିଁ ଭଲ ସମ୍ପର୍କ! ପୁରୁଣା ମାମଲାରେ ଭର୍ତ୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ୍ – Sahana Mela

[ad_1]


କଟକ: ପୁଲିସ ସବ୍ ଇନ୍ସପେକ୍ଟର ବା ଏସଆଇଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କଟକ ସ୍ବତନ୍ତ୍ର ସାଂସଦ/ବିଧାୟକ ଅଦାଲତ ଗୁରୁବାର ଚାର୍ଜସିଟ୍ ଧାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୧୧ ଜାନୁଆରି ୨୩ ତାରିଖରେ ସାଂସଦ କଟକସ୍ଥିତ ନେତାଜୀ ଜନ୍ମଭୂମି ସଂଗ୍ରହାଳୟରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।

ରାଜ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ଅନେକ ନେତା ଟିକେଟ୍ ପାଇବେ କି ନାହିଁ ଦ୍ବନ୍ଦ୍ବରେ ରହିଛନ୍ତି। ଏହାରି ଭିତରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଦାୟର ହୋଇଛି ଚାର୍ଜଫ୍ରେମ୍। ବିଜେଡିରେ ଏବେ ଅନେକ କୋଣଠେସା ନେତା ରହିଛନ୍ତି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରି ରହିଛନ୍ତି।

ସାଂସଦ ମହତାବ ତତ୍କାଳୀନ ଏସ୍ ଆଇ ଅମିତାଭ ମହାପାତ୍ରଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ରହିଛି। ଯିଏ ବର୍ତ୍ତମାନ ସହକାରୀ ପୁଲିସ କମିସନର (ଏସିପି) ଭାବେ ଅବସ୍ଥାପିତ ଅଛନ୍ତି। ଅମିତାଭ ମହାପାତ୍ର ସେତେବେଳେ ଦରଗା ବଜାର ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଅଭିଯୋଗର ତଦନ୍ତ ପରେ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ଅଦାଲତ ଆଇପିସିର ଧାରା ୩୪୧, ୩୨୩, ୨୯୪, ୩୫୩ ଏବଂ ୫୦୬ ଅନୁଯାୟୀ ସାଂସଦଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫ତାରିଖକୁ ଧାର୍ଯ୍ୟ କରାଯାଇଛି।

କୁହାଯାଉଛି, ସାଂସଦ ମଦତାବ କେନ୍ଦ୍ରରେ ଶାସକ ଦଳ ବିଜେପିର ତୁଙ୍ଗ ନେତାଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ ଅବା ଅମିତ ଶାହଙ୍କ ସହିତ ଭଲ ସମ୍ପର୍କ ରହିଛି। ଏପିରିକି ଦିଲ୍ଲୀରେ ନିକଟରେ ହୋଇଥିବା ଝିଅ ବିବାହରେ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ। ଏବେ ଯଦି ମେଣ୍ଟ ହେବ ତାହେଲେ କୁଆଡେ ସେ ହିଁ ପୁଣିଥରେ ଦଳୀୟ ଟିକେଟ୍ ହାତେଇବାକୁ ଫୁଲ ଦମରେ ଲାଗିପଡିଥିବା କୁହାଯାଉଛି। ଏଥିପାଇଁ ସମସ୍ତ ରଣନୀତି ମଧ୍ୟ କୁଆଡେ ଚଳାଇଛନ୍ତି। କିନ୍ତୁ ଏହି ସମୟରେ ଏକ ପୁରୁଣା ମାମଲାରେ ଚାର୍ଜଫ୍ରେମ୍ ହେବା ଅନେକ ଚର୍ଚ୍ଚାକୁ ଜନ୍ମ ଦେଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button