ଖେଳ ଖବର

କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର : କାଳିଆ ଯୋଜନା ୩ବର୍ଷ ବୃଦ୍ଧି – Sahana Mela

[ad_1]

ଭୁବନେଶ୍ୱର : କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତି I ଆଉ ୩ ବର୍ଷ ବଢ଼ିଲା କାଳିଆ ଯୋଜନା I କାଳିଆ ଯୋଜନା ହିତାଅଧିକାରୀମାନେ ବର୍ଷକୁ ୨ ଥର ପାଇବେ ଟଙ୍କା I ଏହା ସହିତ ଭୂମିହୀନ ଚାଷୀ ପରିବାରକୁ ଆଉ ୨ହଜାର ଟଙ୍କାର ଅତିରିକ୍ତ ସହାୟତା ମିଳିବ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

ଆଜିର ବୈଠକରେ ରାଜ୍ୟସରକାର କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ବିଶେଷ ସହାୟତା ପ୍ରଦାନ କରିଛନ୍ତି କାଳିଆ ଯୋଜନା ୩ବର୍ଷ ଅର୍ଥାତ୍ ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଓ ଏବାବଦରେ ୬୦୨୯.୭୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ବ୍ୟୟବରାଦ ହୋଇଛି । ଏଠି ନିମନ୍ତେ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଣିକି କାଳିଆ ଯୋଜନାରେ ସହାୟତା ଯେ କୌଣସି ସମୟରେ ପାଇପାରିବେ ଚାଷୀ । ଭୂମିହୀନ ପରିବାରଙ୍କୁ ୩ଟି କିସ୍ତିରେ୧୨ ହଜାର ୫ଶହ ମିଳୁଥିବା ବେଳେ ୧୮ ଲକ୍ଷ ପରିବାର ଉପକୃତ ହେଉଛନ୍ତି। କାଳିଆ ଯୋଜନାରେ ୨ହଜାର ଟଙ୍କାର ଅତିରିକ୍ତ ସହାୟତା ପାଇବେ ଭୂମିହୀନ ଚାଷୀ । ଏ ନେଇ ଆଜି କ୍ୟାବିନେଟର ମଞ୍ଜୁରି ମିଳିଛି। ସେହିଭଳି କାଳିଆ ଛାତ୍ରବୃତ୍ତି ଅବଧି ୩ ବର୍ଷକୁ ବୃଦ୍ଧି କରାଯାଇଛି ।

ସେହିପରି ଗ୍ରାମ ପଞ୍ଚାୟତ VLW ଙ୍କ ହେବ ପଦଦୋନ୍ନତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ୩ ଭାଗରେ ବିଭକ୍ତ ହେବେ। ଏଣିକି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମିଳିବ ପଦୋନ୍ନତି । ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା +୩କୁ ବୃଦ୍ଧି କରାଯାଇଛି। ୫ ବର୍ଷ ଓ ୮ ବର୍ଷ ପରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ । ନୂଆ ଓ’ ଯୋଜନା ପାଇଁ ୩୧୫ କୋଟିର ପାଣ୍ଠିକୁ କ୍ୟାବିନେଟ ମୋହର ବାଜିଛି।

ଏହା ସହିତ ଓଡ଼ିଶାରେ ସ୍ଥାପନ ହେବ National skill ଟ୍ରେନିଂ। ଜଟଣୀରେ ୭ ଏକର ୮୧୮ ଡେସିମିଲ ଜାଗା ପ୍ରିମିୟମ ଫ୍ରି’ ରେ ଜମି ଯୋଗାଇ ଦେବେ ସରକାର। ୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଆଧାରରେ ଦରମା ମିଳିବ । ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ। ମୋଟ ୧୭୮୯ ଶିକ୍ଷକ ଓ କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ବଢିବ । ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ ।

[ad_2]

Leave a Reply

Your email address will not be published. Required fields are marked *

Back to top button