ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ – Sahana Mela

[ad_1]
ମୁମ୍ବାଇ: ପରଲୋକ ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ । ୭୨ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସ । ଏନେଇ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ପଙ୍କଜ । ପଙ୍କଜ ଉଧାସଙ୍କ ମୃତ୍ୟୁକୁ ନେଇ ପୁରା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।
ପରିବାର ଲୋକଙ୍କ କହିବା ଅନୁସାରେ, ଅସୁସ୍ଥତା କାରଣରୁ ଆଜି ବଲିଉଡର ଭେଡେରିଆନ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି । ତେବେ ଆଜି ସକାଳ ୧୧ ଟାରେ ମୁମ୍ବାଇରେ ପଙ୍କଜ ଉଧାସଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି ଡାକ୍ତରଖାନାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଗତ କିଛି ଦିନ ଧରି ପଙ୍କଜ କର୍କଟ ରୋଗରେ ପୀଡିତ ଥିଲେ । ତେଣୁ ସେ କାହା ସହ ଏତେ ମିଳାମିଶା ମଧ୍ୟ କରୁନଥିଲେ । ଆସନ୍ତାକାଲି ମୁମ୍ବାଇରେ ତାଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହେବ।
ଗଜଲ ଗୀତ ଜଗତରେ ପଙ୍କଜ ଉଧାସଙ୍କର ଏକ ସ୍ଵତନ୍ତ୍ର ପରିଚୟ ଥିଲା । ୬ବର୍ଷ ବୟସରୁ ସଙ୍ଗୀତ ଜଗତରେ ପାଦ ରଖିଥିଲେ ଗାୟକ ପଙ୍କଜ ଉଧାସ । ବିଦ୍ୟାଳୟରେ ପାର୍ଥନା କରିବା ଥିଲା ତାଙ୍କର ପ୍ରଥମ ସଙ୍ଗୀତ ଗାନ । ୧୯୮୦ରେ ତାଙ୍କର ପ୍ରଥମ ଆଲବମ୍ ‘ଆହଟ୍’ ରିଲିଜ ହୋଇଥିଲା । ପଙ୍କଜଙ୍କ ଅନେକ ଗଜଲ୍ ମଧ୍ୟରୁ ୧୯୮୬ ମସିହାରେ ରିଲିଜ ହୋଇଥିବା ‘ଚିଠି ଆଇ ହେ’ ଗଜଲରୁ ପଙ୍କଜଙ୍କୁ ମିଳିଥିଲା ଏକ ନୂତନ ପରିଚୟ । ଅନେକ ଗଜଲ୍ ପଙ୍କଜଙ୍କ କଣ୍ଠରେ ପାଇଥିଲା ଏକ ନୂତନ ଜୀବନ । ସେଥିମଧ୍ୟରୁ ‘ୟେ ଦିଲ୍ଲାଗି, ଫିର ତେରୀ କାହାନି ୟାଦ ଆଇ, ଚଲେ ତୋ କଟ୍ ହି ଜାଏଗା, ଜିଏଁ ତୋ ଜିଏଁ କେସେ ବିନ୍ ଆପକେ, ଚାନ୍ଦ ଯେସି ରଙ୍ଗ ତେରା ସୋନେ ଯେସା ବାଲ୍ ଏବଂ ତେରେ ବିନ୍ ଥିଲା ପ୍ରମୁଖ ।
୧୭ ମେ ୧୯୫୧ ମସିହାରେ ଗୁଜୁରାଟର ଜିତପୁରରେ ଜନ୍ମଗ୍ରହଣ କରିଥିଲେ ପଙ୍କଜ । ତାଙ୍କ ପିତା ଜଣେ ଚାଷୀ ଥିଲେ କିନ୍ତୁ ସେ ଏବଂ ତାଙ୍କ ଭାଇ ଜଣେ ଗାୟକ ଥିଲେ । ପୁରା ସାଧାସିଧା ଜୀବନ ବଞ୍ଚୁଥିଲେ ପଙ୍କଜ । ପଙ୍କଜ ଫାରିଦାଙ୍କୁ ବିବାହ କରିଥିଲେ । ୨୦୦୬ରେ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା ।
[ad_2]