ଅପରାଧ

ପାଣିକୋଇଲି ପୋଲିସିକୁ ସଫଳତା, ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ – Sahana Mela

[ad_1]


ଯାଜପୁର: ପାଣିକୋଇଲି ପୋଲିସିକୁ ମିଳିଲା ଏକ ବଡ ସଫଳତା। ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ଲକ୍ଷ ଟଙ୍କାର ସାମଗ୍ରୀ ଜବତ କଲା ପୋଲିସ୍। ସୂଚନା ଯୋଗ୍ଯ ଯେ ଏକ କଣ୍ଟେନର ଆସାମରୁ ଡାବର କମ୍ପାନୀର ଜିନିଷ ବୋଝେଇ କରି ମୟୁର ଟ୍ରନ୍ସପୋର୍ଟ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଏହି ଲୁଟ ଘଟଣା ଘଟିଥିଲା। ଗତ ୧୨ ତାରିଖ ଦିନ ଯାଜପୁରର ପାଣିକୋଇଲି ଥାନା ଷଠିପୁର ନିକଟରେ ତାର ଜିପିଏସ ବନ୍ଦ ହୋଇଯିବା ସହ ଡ୍ରାଇଭରର ମୋବାଇଲ ସୁଇଚ୍ ଅଫ ହୋଇଯାଇଥିଲା। ଯାହାକୁ ନେଇ ମୟୁର ଟ୍ରନ୍ସପୋର୍ଟର କର୍ମଚାରୀ ଆସି ପାଣିକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପାଣିକୋଇଲି ଥାନା ଅଧିକାରିଣି ଲିଜାରାଣୀ ବିଶ୍ୱାଳ ଏକ ଟିମ ଗଠନ କରି ଘଟଣାର ତଦନ୍ତ ଚାଲୁ ରଖିଥିଲେ। ଟିମରେ ସାମିଲ ଥିବା ପାଣିକୋଇଲି ଥାନାର ଏସଆଇ ପ୍ରକାଶ ପ୍ରଧାନ ଏହି ସବୁ ଜିନିଷ ଛତିଆ ଅଞ୍ଚଳରେ ଅଛି ବୋଲି ଖବର ପାଇ ସେଠାରେ ଚଢାଉ କରି ଡାବର କମ୍ପାନୀର ସମସ୍ତ ଜିନିଷ ଜବତ କରିବାକୁ ସକ୍ଷମ ହୋଇଥିଲେ। ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସେହି ଗାଡିର ଚାଳକ ମହାଙ୍ଗା ଅଞ୍ଚଳର ସୁକାନ୍ତ କିଶୋର ପରିଡାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଉକ୍ତ କଣ୍ଟେନର ଗାଡିଟିକୁ ଜିଲ୍ଲାର କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଅଞ୍ଚଳରୁ ଧରାଯିବା ସହିତ ଅଭିଯୁକ୍ତ ଚାଳକକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜବତ ସାମଗ୍ରୀର ମୂଲ୍ଯ ୩୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ୍ ସେନେଇ ଅଧିକ ତଦନ୍ତ ଚାଲୁ ରଖିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ ଏସଡିପିଓ ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button