ଦେଶ- ବିଦେଶ

ବନ୍ଧୁକର ଗୁଳି ପରି ପ୍ରଚଣ୍ଡ ଶବ୍ଦ କରେ ଏହି ମାଛ, ବାହାରୁ ସ୍ପଷ୍ଟ ଦେଖାଯାଏ ଶରୀରର ଅଙ୍ଗପ୍ରତ୍ୟଙ୍ଗ – Sahana Mela

[ad_1]


ନୂଆଦିଲ୍ଲୀ: ମିଳିଲା ଦୁନିଆର ସବୁଠାରୁ ଛୋଟ ମାଛ । ବନ୍ଧୁକର ଗୁଳି ପରି ପ୍ରଚଣ୍ଡ ଶବ୍ଦ ବାହାର କରୁଥିବା ଏହି ଛୋଟ ମାଛ ଦୁନିଆର ସବୁଠାରୁ ଛୋଟ ମାଛ ମଧ୍ୟରୁ ଗୋଟିଏ । ଏହାକୁ ବାହାର କରିବାକୁ ବୈଜ୍ଞାନିକମାନଙ୍କୁ ଅନେକ ଅନୁସନ୍ଧାନ କରିବାକୁ ପଡିଛି । ଶେଷରେ ବୈଜ୍ଞାନିକଙ୍କ ଅନୁସନ୍ଧାନ ସଫଳ ହୋଇଛି ।

ଦ ଗର୍ଜିଆନ୍‌ର ଏକ ରିପୋର୍ଟ ଅନୁଯାୟୀ, ଡୈନିଅନେଲା ସେରେବ୍ରମ୍ ନାମକ ଏହି ମାଛ ମଣିଷ ନଖର ଚଉଡା ସହିତ ସମାନ ଏବଂ ଏହା ମିଆଁମାର ନଦୀରେ ଦେଖିବାକୁ ମିଳେ। ୧୨ ମିଲିମିଟରର ଏହି କୁନି ମାଛଟି ୧୪୦ ଡେସିବଲରୁ ଅଧିକ ଜୋରେ ଶବ୍ଦ କରେ । ଅନୁସନ୍ଧାନକାରୀମାନଙ୍କ କହିବା ଅନୁସାରେ, ଆକାର ଅନୁସାରେ ଏହି ପ୍ରଜାତିର ମାଛ ଏଯାବତ୍ ମିଳିଥିବା ସବୁଠାରୁ ଉଚ୍ଚ ଶବ୍ଦ କରୁଥିବା ମାଛ ମଧ୍ୟରୁ ପ୍ରଥମ। ଏହି ମାଛଟି ନିଜର ଉଚ୍ଚା ଶବ୍ଦ ବାହାର କରିବାକୁ ଶରୀରରେ ଥିବା କେଉଁ ଯନ୍ତ୍ରର ବ୍ୟବହାର କରୁଛି ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଏକ ହାଇ ସ୍ପିଡ୍ କ୍ୟାମେରାର ବ୍ୟବହାର କରିଥିଲେ ।

ବର୍ଲିନ୍‌ର ଚାରିଟେ ୟୁନିଭରସିଟିର ବୈଜ୍ଞାନିକମାନେ ଏହି ଅନୁସନ୍ଧାନ କରିଥିଲେ । ସେମାନଙ୍କ କହିବା ଅନୁସାରେ, ଏହି ମାଛର ଏକ ସ୍ୱତନ୍ତ୍ର ସାଉଣ୍ଡ ପ୍ରଡକ୍ସନ ସିଷ୍ଟମ୍ ରହିଛି । ଏଥିରୁ ବାହାରୁଥିବା ଶବ୍ଦ ଆମ୍ବୁଲାନ୍ସ କିମ୍ବା ସାଇରନ୍ ଭଳି ଶୁଣାଯାଏ | ଯଦିଓ ଏପରି ଅନେକ ପ୍ରଜାତି ଅଛି ଯେଉଁମାନେ ଉଚ୍ଚ ସ୍ୱର ବାହାର କରନ୍ତି କିନ୍ତୁ ଏହି ମାଛ ସେମାନଙ୍କ ଭିତରୁ ପ୍ରଥମରେ ରହିବ । ଡୈନିଅନେଲା ସେରେବ୍ରମ୍ ମାଛର ସବୁଠାରୁ ବିଶେଷ କଥା ହେଉଛି ଏହାର ଟ୍ରାନ୍ସପେରେନ୍ସି । ଯାହା ବୈଜ୍ଞାନିକମାନଙ୍କୁ ସେହି ମାଛ ବିଷୟରେ ଅଧିକ ତଦନ୍ତ କରିବାରେ ସାହାର୍ଯ୍ୟ କରିଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜର୍ମାନରେ ଥିବା ଲ୍ୟାବରେ ଏହି ମାଛମାନଙ୍କ ସହିତ କାମ କରିବାବେଳେ ଏହି ବୈଜ୍ଞାନିକମାନେ କିଛି ଅଜବ ଜିନିଷ ଉପରେ ନଜର ପକାଇଥିଲେ । ଅଧ୍ୟୟନର ମୁଖ୍ୟ ଲେଖକ ତଥା ଚାରିଟେ ୟୁନିଭରସିଟିର ପିଏଚଡି ଛାତ୍ର ଭେରିଟି କୁକ କହିଛନ୍ତି ଯେ, ଯେତେବେଳେ ଲୋକମାନେ ଏହି ମାଛ ଥିବା ସ୍ଥାନ ଦେଇ ଯିବାଆସିବା କରୁଥିଲେ ସେତେବେଳେ ଏହି ମାଛର ଶବ୍ଦ ଶୁଣି ଏହା କେଉଁଠାରୁ ଆସୁଛି ବୋଲି ପ୍ରଥମେ ଭାବିଥିଲେ । କିନ୍ତୁ ପରେ ଏହା ମାଛମାନଙ୍କ ଠାରୁ ଆସୁଛି ବୋଲି ଜଣାପଡିଥିଲା । ଏତେ ଛୋଟ ମାଛ ଏତେ ଜୋରସେ ଶବ୍ଦ ବାହାର କରୁଥିବା କଥା ସମସ୍ତେ ସହଜରେ ବିଶ୍ଵାସ କରିପାରିନଥିଲେ । ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଶବ୍ଦ ମାଛକୁ ମଇଳା ପାଣିରେ ପହଁରିବାରେ ସାହାଯ୍ୟ କରୁଥିବ ନଚେତ ଏକ ଆକ୍ରମଣାତ୍ମକ ରଣନୀତି ହୋଇଥିବ ।



[ad_2]

Leave a Reply

Your email address will not be published. Required fields are marked *

Back to top button