ଦେଶ- ବିଦେଶ

ନୀତିନ ଗଡକରୀଙ୍କୁ ଉଦ୍ଧବଙ୍କ ଅଫର ଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା – Sahana Mela

[ad_1]


ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବିଜେପି ଛାଡି ମହା ବିକାଶ ଅଘାଡିରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ଏହି ବିବୃତ୍ତି ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସାଧାରଣ ସଭାରେ ଉଦ୍ଧବ ଠାକରେ କହିଛନ୍ତି, ‘ନୀତିନ ଗଡକରୀ ବିଜେପି ଛାଡି ଆମ ସହ ଯୋଗଦେବା ଉଚିତ ଏବଂ ମହା ବିକାଶ ଆଗାଡି ତାଙ୍କୁ କିପରି ଚୟନ କରୁଛନ୍ତି ତାହା ଦେଖିବା ଉଚିତ୍।’ ଏକ ସପ୍ତାହ ପୂର୍ବରୁ ବିଜେପି ଲୋକସଭା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା । ଏହି ତାଲିକାରେ ନିତିନ ଗଡକରୀଙ୍କ ନାମ ନଥିଲା। ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେ ନୀତିନ ଗଡକରୀଙ୍କୁ ଏମଭିଏରୁ ନିର୍ବାଚନ ଲଢ଼ିବା ପାଇଁ ଅଫର ଦେଇଛନ୍ତି । ଏନେଇ ସୁପ୍ରିୟା କହିଛନ୍ତି ଯେ ନୀତିନ ଗଡକରୀ ଜଣେ ରାଷ୍ଟ୍ରୀୟ ନେତା ଓ ସେ ହିଁ ଅସଲି ବିଜେପିର ପ୍ରତିନିଧିତ୍ବ କରନ୍ତି।

ଶିବସେନା ୟୁବିଟି ମୁଖ୍ୟ ମଧ୍ୟ କେନ୍ଦ୍ରରେ ବିଜେପି ସରକାର ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି, ‘ମହାରାଷ୍ଟ୍ର କେବେ ଦିଲ୍ଲୀ ଆଗରେ ମୁଣ୍ଡ ନୁଆଁଇ ନାହିଁ। ଯେତେବେଳେ ଶିବାଜୀ ଆଗ୍ରାରେ ଔରଙ୍ଗଜେବଙ୍କ ଆଗରେ ପ୍ରଣାମ କଲେ ନାହିଁ, ତେବେ ଆମେ ଆପଣଙ୍କ ଆଗରେ କିପରି ପ୍ରଣାମ କରିବୁ। ଉଲ୍ଲେଖ ଥାଉ କି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନାମ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ନଥିବା ନେଇ ଶିବସେନା (ଉଦ୍ଧବ ଦଳ) ପ୍ରଶ୍ନ ଉଠାଇଥିଲା। ଶିବସେନାର ମୁଖପତ୍ର “ସାମନା” ରେ ପ୍ରକାଶିତ ସମ୍ପାଦକୀୟରେ ଏହା ମଧ୍ୟ କୁହାଯାଇଥିଲା ଯେ ସେ ହେଉଛନ୍ତି ବିଜେପିର ଏକମାତ୍ର ନେତା ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ଦାଦାଗିରିକୁ ବରଦାସ୍ତ କରନ୍ତି ନାହିଁ।’



[ad_2]

Leave a Reply

Your email address will not be published. Required fields are marked *

Back to top button