ମହାଶିବରାତ୍ରୀରେ ଅଘଟଣ, ଶିବଙ୍କ ବରଯାତ୍ରୀ ସମୟରେ କରେଣ୍ଟ ଲାଗି ୧୪ ଆହତ – Sahana Mela

[ad_1]
ଜୟପୁର: ମହାଶିବରାତ୍ରୀରେ ଘଟିଲା ଅଘଟଣ । ଭଗବାନ ଶିବଙ୍କ ବରଯାତ୍ରୀ ଯାଉଥିବା ସମୟରେ କରେଣ୍ଟ ଲାଗି ୧୪ ଗୁରୁତର ଆହତ । ସମସ୍ତ ଆହତଙ୍କୁ ନିକଟସ୍ଥ ଏମବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି କୋଟାର କୁନ୍ହାଡି ଥର୍ମାଲ ଛକ ନିକଟରେ ।
ସୂଚନା ଅନୁସାରେ, କୋଟାର କୁନ୍ହାଡି ପୋଲିସ ଷ୍ଟେସନ ପରିସରରେ ମହାଶିବରାତ୍ରୀ ଅବସରରେ ଆଜି ଶିବଙ୍କ ବରଯାତ୍ରୀ ଶୋଭାଯାତ୍ରା କରାଯାଇଥିଲା । ଅନେକ ଲୋକ ବରଯାତ୍ରୀରେ ସାମିଲ ଥିବା ବେଳେ ଏପରି ଅଘଟଣ ଘଟିଥିଲା । କିଛି ଲୋକ ବରଯାତ୍ରୀ ସମୟରେ ବଡ ବଡ ବାଉଁଶରେ ଧାର୍ମିକ ପତାକା ଲଗାଇ ଯାଉଥିଲେ । ସେତେବେଳେ ଜଣଙ୍କ ପତାକା ଇଲେକ୍ଟ୍ରିକ ତାରରେ ଲାଗିଯାଇଥିଲା । ଫଳରେ କରେଣ୍ଟ ମାରିଥିଲା । ବରଯାତ୍ରୀରେ ଯାଉଥିବା ୧୪ଜଣ କରେଣ୍ଟ କାରଣରୁ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସ କହିବା ଅନୁସାରେ, ଯେଏଁ ରାସ୍ତା ଦେଇ ବରଯାତ୍ରୀ ଶୋଭାଯାତ୍ରା ଯାଉଥିଲା ସେଇ ରାସ୍ତାରେ ପାଣି ମଧ୍ୟ ଥିଲା । ଏହି କାରଣରୁ କରେଣ୍ଟ ଦ୍ରୁତ ଗତିରେ ବ୍ୟାପିଗଲା | ସେପଟେ ଶକ୍ତି ମନ୍ତ୍ରୀ ହିରାଲାଲ ନାଗର ଆହତ ଲୋକମାନଙ୍କୁ ଭେଟିବା ପାଇଁ ଏମବିଏସ ହସ୍ପିଟାଲରେ ପହଞ୍ଚି ଚିକିତ୍ସା ନିମନ୍ତେ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି।
[ad_2]