ଅପରାଧ

ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତ ଗିରଫ – Sahana Mela

[ad_1]


ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ମୈତ୍ରୀବିହାର ପୋଲିସ।

ସୂଚନା ଅନୁସାରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ହାତିଆଶୁଣି ପାଣି ଟାଙ୍କି ପଛ ପାଖରେ ଥିବା ଅନ୍ଧାରିଆ ସ୍ଥାନରେ ଅତର୍କିତ ଚଢଉ କରିଥିଲା ପୋଲିସ। ହାତିଆଶୁଣି ଅଞ୍ଚଳରେ ଥିବା ଦୁଇଶହ ଫୁଟିଆ ରାସ୍ତାରେ ଯିବାଆସିବା କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଅଭିଯୁକ୍ତଙ୍କର ତଲାସି ବେଳେ ପୋଲିସ ସେମାନଙ୍କ ହେପାଜତରୁ ଅପରାଧରେ ବ୍ୟବହାର୍ଯ୍ୟ ନିମ୍ନଦତ୍ତ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ସବୁକୁ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଡକାୟତି ଯୋଜନା ନେଇ ନିଜର ଦୋଷ ସ୍ଵୀକାର କରିଥିଲେ । ଅଭିଯୁକ୍ତ ମାନଙ୍କର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ, ସେମାନେ ଦୁର୍ଦ୍ଧାନ୍ତ ଅପରାଧୀ ଥିବା ଜଣାପଡିଥିଲା । ଅଭିଯୁକ୍ତ କେଶବ ଜେନାଙ୍କ ନାମରେ ପୂର୍ବରୁ ଭୁବନେଶ୍ବରର ବିଭିନ୍ନ ଥାନାରେ ୮ଟି ମାମଲା ରହିଥିବା ବେଳେ, ଅଭିଯୁକ୍ତ ଚିଣ୍ଟୁ ସ୍ଵାଇଁ ଓ ଅଭିଯୁକ୍ତ ଚିକୁ ସ୍ଵାଇଁଙ୍କ ନାମରେ ୩ଟି ଲେଖାଏଁ ମାମଲା ଓ ଅଭିଯୁକ୍ତ ରତ୍ନାକର ସାହୁଙ୍କ ନାମରେ ଗୋଟିଏ ମାମଲା ରହିଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button