ରାଜନୀତି

ରାମଲୀଳା ମୈଦାନରେ ଗର୍ଜିଲେ କଳ୍ପନା ସୋରେନ, କହିଲେ କେବେ ବି ମୁଣ୍ଡ ନୁଆଁଇବ ନାହିଁ ଝାଣ୍ଡଖଣ୍ଡ – Sahana Mela

[ad_1]


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ରବିବାର ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରୁଛନ୍ତି। ଏହି ମହାରାଲିକୁ ଇଣ୍ଡିଆ ମେଣ୍ଟ ତରଫରୁ ଗଣତନ୍ତ୍ର ବଞ୍ଚାଅ ରାଲି ବୋଲି ନାମିତ କରାଯାଇଛି । ଏହି ରାଲିରେ ରାହୁଲ ଗାନ୍ଧୀ, ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାଓ୍ବାର ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସ୍ତ୍ରୀ ସୁନୀତା ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ମଧ୍ୟ ଅଂଶଗ୍ରହଣ କରିଥିଲେ।

ତେବେ ଏହି ରାଲିରେ କଳ୍ପନା ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୀତି ସରଗରମ ହୋଇଛି। ସେ କହିଛନ୍ତି, ଆମ ଆଦିବାସୀଙ୍କ କାହାଣୀ ସଂଘର୍ଷର କାହାଣୀ। ଏହା ଏକ ଇତିହାସ ଯାହା ରକ୍ତରେ ଲେଖାଯାଇଛି। ଯେଉଁଥିରେ ଆମେ ଆଦିବାସୀମାନେ ଗର୍ବିତ। ଏହି ଜନସମୁଦ୍ର ପ୍ରମାଣ କରୁଛି ଯେ, ଆପଣ ମାମଲା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଦେଶର ସ୍ଥିତି ଦେଖିଲେ ଲାଗୁଛି, ଲୋକତନ୍ତ୍ରକୁ ଶେଷ କରିବାକୁ ଏକଛତ୍ରବାଦ ଶାସକ ଦେଶରେ ପାଦ ରଖିସାରିଛି । ହେଲେ ଏକଛତ୍ରବାଦ ଶାସନକୁ ସମାପ୍ତ କରିବାକୁ ଆମେ ମଧ୍ୟ ସଂକଳ୍ପ ନେଇଛୁ ବୋଲି ବିଜେପିକୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି କଳ୍ପନା ସୋରେନ ।

ସେ କହିଛନ୍ତି, ଠିକ ଦୁଇ ମାସ ପୂର୍ବେ ହେମନ୍ତ ସୋରେନ ଜୀଙ୍କୁ ଜେଲ୍‌ରେ ରଖାଯାଇଥିଲା। କେଜ୍‌ରିଓ୍ବାଲ ୧୦ ଦିନ ହେବ ଜେଲରେ ଅଛନ୍ତି। ଅଭିଯୋଗ ପ୍ରମାଣିତ ହୋଇନାହିଁ। ତେଣୁ ଶକ୍ତି ଦେଖାଇବାକୁ ପଡ଼ିବ । ଦେଶକୁ ସମ୍ବିଧାନ ଦ୍ୱାରା ମିଳିଥିବା ବାବା ସାହେବଙ୍କ ଗ୍ୟାରେଣ୍ଟିକୁ କେନ୍ଦ୍ର ସରକାର ସମାପ୍ତ କରିବାକୁ ଯାଉଛନ୍ତି । ଆଜି ଦେଶରେ ବେକାରୀ ସମସ୍ୟା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ସାରା ଦେଶରେ ଘୃଣାର ନିଆଁ ଜଳୁଛି, ଦେଶର ନେତା ବଡ ନୁହେଁ ବରଂ ଦେଶର ଜନତା ସର୍ବୋପରୀ। ଝାଡ଼ଖଣ୍ଡ କେବେ ନଇଁବ ନାହିଁ କି ଇଣ୍ଡିଆ କେବେ ଅଟକିବ ନାହିଁ ବୋଲି କହିଛନ୍ତି କଳ୍ପନା ।



[ad_2]

Leave a Reply

Your email address will not be published. Required fields are marked *

Back to top button