ଦେଶ- ବିଦେଶ

ଭଗବାନ ରାମ ଯେତେବେଳେ ସତ୍ୟ ପାଇଁ ଲଢେଇ କରିଥିଲେ ସେତେବେଳେ ତାଙ୍କ ପାଖରେ କିଛି ନଥିଲା: ପ୍ରିୟଙ୍କା – Sahana Mela

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ବିରୋଧରେ ‘ଇଣ୍ଡିଆ’ ମେଣ୍ଟ ଆଜି ଦିଲ୍ଲୀର ରାମଲିଳା ମଇଦାନରେ ଏକ ଶୋଭାଯାତ୍ରା କରିଥିଲା। ଏଥିରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ର ପ୍ରଭୁ ରାମଙ୍କ ଜୀବନୀ ବିଷୟରେ କହି ମୋଦୀ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ମୋଦୀଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି ଯେ, ଯେତେବେଳେ ପ୍ରଭୁ ରାମ ସତ୍ୟ ପାଇଁ ଲଢେଇ କରିଥିଲେ, ସେତେବେଳେ ତାଙ୍କର ଶକ୍ତି ନଥିଲା।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ଇଣ୍ଡିଆ ଆଲାଇନ୍ସ ତରଫରୁ ମୁଁ ଇଣ୍ଡିଆ ଆଲାଇନ୍ସର ପାଞ୍ଚଟି ଦାବି କଥା କହିବି । କିନ୍ତୁ ସେସବୁ ଆରମ୍ଭ କରିବା ପୂର୍ବରୁ, ମୁଁ ଆପଣଙ୍କୁ ଗୋଟିଏ ଛୋଟ କଥା କହିବାକୁ ଚାହେଁ । ଦିଲ୍ଲୀବାସୀ ଜାଣନ୍ତି ଯେ ଏହା ହେଉଛି ଦିଲ୍ଲୀର ପ୍ରସିଦ୍ଧ ରାମଲିଳା ମଇଦାନ । ମୁଁ ପିଲାଦିନେ ଏଠାକୁ ଆସୁଥିଲି । ପ୍ରତିବର୍ଷ ଦଶହରାରେ ଏଠାରେ ରାବଣ ଦହନ କରାଯାଏ । ମୁଁ ଯେତେବେଳେ ଛୋଟ ଥିଲି, ମୁଁ ମୋ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ସହିତ ଆସୁଥିଲି । କେବଳ ସେତିକି ନୁହେଁ ମଞ୍ଚ ଉପରେ ମୁଁ ତାଙ୍କ ପାଦ ପାଖରେ ଭୂମିରେ ବସି ରାବଣ ପୋଡି ଦେଖୁଥିଲି । ସେ ଆମ ଦେଶର ଏହି ପ୍ରାଚୀନ ଗାଥା ତଥା ରାମାୟଣରେ ଭଗବାନ ରାମଙ୍କ ଜୀବନ କାହାଣୀ ବିଷୟରେ ଶୁଣାଉଥିଲେ ।

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଆଜି କ୍ଷମତାରେ ଅଛନ୍ତି ସେମାନେ ନିଜକୁ ରାମ ଭକ୍ତ ବୋଲି କହୁଛନ୍ତି । ସେଥିପାଇଁ ଏଠାରେ ବସିଥିବା ବେଳେ ମୋ ମନକୁ ଏକଥା ଆସିଲା । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଯେତେବେଳେ ପ୍ରଭୁ ରାମ ସତ୍ୟ ପାଇଁ ଲଢେଇ କରିଥିଲେ, ସେତେବେଳେ ତାଙ୍କର ଶକ୍ତି ନଥିଲା କି ସମ୍ବଳ ନଥିଲା । ଯୁଦ୍ଧ କରିବାକୁ ତାଙ୍କ ପାଖେ ରଥ ମଧ୍ୟ ନଥିଲା । କିନ୍ତୁ ରାବଣ ପାଖରେ ରଥ, ସମ୍ବଳ, ଶକ୍ତି ସବୁ ଥିଲା । କିନ୍ତୁ ପ୍ରଭୁ ରାମଙ୍କ ପାଖରେ ସତ୍ୟ, ଭରସା, ବିଶ୍ୱାସ, ପ୍ରେମ, ଦାନ, ନମ୍ରତା, ଧର୍ଯ୍ୟ, ସାହସ ଥିଲା । କିନ୍ତୁ ସେ ସବୁ ରାବଣ ପାଖରେ ନଥିଲା ।

ପ୍ରିୟଙ୍କା କହିଛନ୍ତି, “ମୁଁ କ୍ଷମତାରେ ବସିଥିବା ସରକାରର ସମସ୍ତ ସଦସ୍ୟ ଏପରିକି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମନେପକେଇଦେବାକୁ ଚାହୁଁଛି ଯେ, ଭଗବାନ୍ ରାମଙ୍କ ଜୀବନ କାହାଣୀ କ’ଣ ଶିକ୍ଷା ଦେଇଥିଲା? ଶକ୍ତି ଚିରସ୍ଥାୟୀ ନୁହେଁ, ଶକ୍ତି ଦିନେ ଆସେ ପୁଣି ଚାଲି ବି ଯାଏ । ଅହଂଙ୍କାର ଦିନେ ନା ଦିନେ ଭାଙ୍ଗିଯାଏ ।

 

[ad_2]

Leave a Reply

Your email address will not be published. Required fields are marked *

Back to top button