ରାଜନୀତି

ଚାଲିଛି ଦଳ ଡିଆଁ ପର୍ବ: ରାଜ୍ୟର ଦୁଇ ସୁନାମଧନ୍ୟ ଚିକିତ୍ସକଙ୍କ ବିଜେପିରେ ଯୋଗଦାନ – Sahana Mela

[ad_1]


ଭୁବନେଶ୍ୱର: ନିର୍ବାଚନ ଯେତିକି ଯେତିକି ପାଖଉଛି, ପ୍ରାର୍ଥୀ ଘୋଷଣା ଓ ଟିକେଟ୍ କସରତ୍ ଭିତରେ ସେତିକି ବଢ଼ି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ। ଆଜି ଶଙ୍ଖ ଛାଡି ପଦ୍ମ ଧରିଲେ ସୁନାମଧନ୍ୟ ନ୍ୟୁରୋ ସର୍ଜରୀ ବିଶେଷଜ୍ଞ ଡା.ପ୍ରତାପ କୁମାର ପାଣି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟର ସୁନାମଧନ୍ୟ ବିଶିଷ୍ଟ ନ୍ୟୁରୋ ସର୍ଜରୀ ବିଶେଷଜ୍ଞ ଡା.ପ୍ରତାପ କୁମାର ପାଣି ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ୱାସ୍ଥ୍ୟସେବା ବିପିର୍ଯ୍ୟସ୍ତ ହୋଇପଡିଛି । ଗରୀବ ରୋଗୀ ହନ୍ତସନ୍ତ ହେବା ସହିତ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରହସନରେ ପରିଣତ ହୋଇଛି । ଘରୋଇ ଡାକ୍ତରଖାନା ଜରିଆରେ ବ୍ୟାପକ ଟଙ୍କା ହରିଲୁଟ୍ କରାଯାଉଛି । ଅନ୍ୟପଟେ ଦେଶବାସୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରାଯାଉନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ନେତୃବୃନ୍ଦ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି ।

ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲ କଲେଜ, ଜାମସେଦପୁରସ୍ଥିତ ଟାଟା ମୁଖ୍ୟ ଡାକ୍ତରଖାନା, ଅନୁଗୁଳସ୍ଥିତ ନାଲକୋ ଏବଂ ପାରାଦୀପସ୍ଥିତ ପିପିଟି ହସ୍ପିଟାଲରେ ଦୀର୍ଘ ଦିନ ଧରି ସେବା ଯୋଇବା ପରେ ବର୍ତମାନ ଭୁବନେଶ୍ୱରରେ ଅବସ୍ଥାପିତ ଥିବା ବିଶିଷ୍ଟ ଇଏନ୍‌ଟି ବିଶେଷଜ୍ଞ ଡା.ପ୍ରଶାନ୍ତ କୁମାର ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି । ମିଶ୍ର କହିଛନ୍ତି ଯେ, ବିଜେପିର ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ଭଲ ପାଇଁ ବିଜେପିରେ ଯୋଗ ଦେଇଛି । ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ଗଠନ ପାଇଁ ଓଡ଼ିଶାବାସୀ ସଂକଳ୍ପ ନେଇଛନ୍ତି । ମୋଦିଜୀଙ୍କ ଗ୍ୟାରେଂଟିକୁ ମୁଁ ଗାଁ ତଥା ସହରର ଲୋକଙ୍କ ପାଖରେ ପହଂଚାଇବି । “ଅବ୍‌କି ବାର ଚାରଶୋ ପାର୍‌, ଓଡିଶାରେ ବିଜେପି ସରକାର ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି ।  ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button