ଅପରାଧ

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥରମାଡ଼, ୬ରୁ ଅଧିକ ଆହତ – Sahana Mela

[ad_1]


ବାଲେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ। ରେମୁଣା ଗନିପୁରରେ ଶୋଭାଯାତ୍ରା ବେଳେ ଢ଼େଲାମାଡ଼ ହୋଇଥିବା ଅଭିଯୋଗ। ଡିଜେ ଗାଡ଼ି ସହ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୬ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନେ ରେମୁଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଘଟଣାସ୍ଥଳରେ ଜୟ ଶ୍ରୀ ରାମ ନାରାକୁ ନେଇ ଉତ୍ତେଜନା ହୋଇଥିବା ବେଳେ ଉଭୟ ସଂପ୍ରଦାୟଙ୍କ ମଧ୍ୟରେ ପଥର ମାଡ଼ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଯାଇଥିବା ଏସ୍‌ପିଙ୍କ ଗାଡ଼ିକୁ ମଧ୍ୟ ପଥରମାଡ଼ ହୋଇଛି। ଫଳରେ ଗାଡ଼ି କାଚ ଭାଙ୍ଗିଛି। ପୂର୍ବାଂଚଳ ଆଇଜି ଓ ପୁଲିସ ଫୋର୍ସକୁ ଗନିପୁରରେ ମୁତୟନ କରାଯାଇଛି। ଘଟଣା ଉପରେ ନଜର ରଖିଛି ପୁଲିସ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି।

 



[ad_2]

Leave a Reply

Your email address will not be published. Required fields are marked *

Back to top button