ରାଜନୀତି

ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଏକ ସଫଳତାର କାହାଣୀ: ପ୍ରଧାନମନ୍ତ୍ରୀ – Sahana Mela

[ad_1]


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଏକ ସଫଳତାର କାହାଣୀ। ଦୁଇ ମାସ ତଳେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ ଏବଂ ସ୍ପଷ୍ଟ ଭାବରେ ମନମୁଖୀ ବୋଲି ଦର୍ଶାଇ ଏହାକୁ ରଦ୍ଦ କରିଥିଲେ।

ଏଏନଆଇକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଇଲେକ୍ଟୋରାଲ ବଣ୍ଡ୍ ରଦ୍ଦ ନିଷ୍ପତ୍ତିକୁ ଯଦି ଭଲଭାବେ ବିଚାର କରାଯାଏ ତାହେଲେ ଏହା ଦେଶକୁ ସମ୍ପୂର୍ଣ୍ଣ ଭାବେ କଳାଧନ ଆଡ଼କୁ ଠେଲି ଦେଇଛି।

ଇଲେକ୍ଟୋରାଲ ବଣ୍ଡକୁ ନେଇ ବିଜେପି ବିରୋଧରେ ବିରୋଧୀଙ୍କ ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ମୋଦୀ କହିଛନ୍ତି, ଯଦି ଇଲେକ୍ଟୋରାଲ ବଣ୍ଡ ନଥାନ୍ତା, ତେବେ ଟଙ୍କା କେଉଁଠୁ ଆସିଲା ଓ କେଉଁଠି ଗଲା ତାହା ଜାଣିବାର କ୍ଷମତା କାହା ପାଖରେ ଥାଆନ୍ତା? ଏହି ବଣ୍ଡ ଦ୍ବାରା ଏସବୁ ଜଣାପଡୁଛି।

ସମଗ୍ର ଦେଶରେ ମୋଟ ୩,୦୦୦ କମ୍ପାନୀ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦାନ କରିଛନ୍ତି ବୋଲି ମୋଦୀ କହିଛନ୍ତି। ଏହି କମ୍ପାନୀ ମଧ୍ୟରୁ ୨୬ଟି ଏଭଳି ରହିଛି ଯାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୨୬ଟି କମ୍ପାନି ମଧ୍ୟରୁ ମୋଟ ୧୬ଟି କମ୍ପାନୀ ଏଭଳି ଯେଉଁମାନେ ଚଢ଼ାଉ ବେଳେ ବଣ୍ଡ୍ କିଣିଥିଲେ। ଏହି ୧୬ଟି କମ୍ପାନୀ ଯେଉଁ ବଣ୍ଡ କିଣିଥିଲେ, ସେଥିରୁ ବିଜେପି ପାଖରେ ୩୭ ପ୍ରତିଶତ ଥିବା ବେଳେ ୬୩ ପ୍ରତିଶତ ବିରୋଧୀଙ୍କୁ ମିଳିଥିଲା ବୋଲି ମୋଦୀ କହିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button