ଦେଶ- ବିଦେଶ

‘ଦେଶର ୧୮ ପ୍ରତିଶତ ପିଲା ଲେଖିବା କିମ୍ୱା ପଢିବା ଜାଣନ୍ତି ନାହିଁ’

ନୂଆଦିଲ୍ଲୀ: ଭାରତର ସମ୍ୱିଧାନରେ ସମସ୍ତ ପିଲାଙ୍କର ପାଠ ପଢିବାର ଅଧିକାର ରହିଛି । ପ୍ରତ୍ୟେକ ଶିଶୁଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଟେ । କିନ୍ତୁ ଯଦି ପିଲାଟିଏ ନିଜେ ଅଧ୍ୟୟନ କରିବାକୁ ଚାହିଁବ ନାହିଁ ତେବେ ତାର ଏବଂ ଦେଶର ଭବିଷ୍ୟତ କଣ ହେବ । ଏକ ସର୍ଭେରୁ ଜଣାପଡିଛି ଯେ, ଅନେକ ପିଲାମାନେ ନିଜେ ପାଠ ପଢିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ।

ସେଥିପାଇଁ ସେମାନେ ବିଦ୍ୟାଳୟକୁ ଯାଆନ୍ତି ନାହିଁ ।

ଜାତୀୟ ନମୁନା ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଛି ଯେ, ଭାରତରେ ପ୍ରାୟ ୨ ପ୍ରତିଶତ ପିଲା ଅଛନ୍ତି ଯେଉଁମାନେ କେବେ ସ୍କୁଲ ଯାଇ ନାହାଁନ୍ତି। କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ପ୍ରତ୍ୟେକ ପିଲା ସ୍କୁଲ ଯାଇଛନ୍ତି।

ଏହି ସର୍ଭେରେ ଆଶ୍ଚର୍ଯ୍ୟଜନକ ବିଷୟ ସାମ୍ନାକୁ ଆସିଛି ଯେ, ବିଦ୍ୟାଳୟକୁ ନଯିବା ପାଇଁ ଆର୍ଥିକ ପ୍ରତିବନ୍ଧକ ମୁଖ୍ୟ କାରଣ ନୁହେଁ। ବରଂ ଅଧିକାଂଶ ପିଲା ଏଥିପାଇଁ ବିଦ୍ୟାଳୟକୁ ଯାଆନ୍ତି ନାହିଁ କାରଣ ସେମାନେ ନିଜେ ପାଠ ପଢିବାକୁ ଚାହାଁନ୍ତି ନାହିଁ ।

ଏହି ସର୍ଭେରୁ ଜଣାପଡିଛି ଯେ, ଯେଉଁ ପିଲାମାନେ ବିଦ୍ୟାଳୟକୁ ନଯାଆନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ ପ୍ରତିଶତ ପିଲା ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ବିଦ୍ୟାଳୟକୁ ଯାଇ ପାରନ୍ତି ନାହିଁ । ଆଉ ପ୍ରାୟ ୨୪ ପ୍ରତିଶତ ପିଲା ପାଠ ପଢିବାକୁ ଇଚ୍ଛା କରନ୍ତି ନାହିଁ । ଏବଂ ଆଉ ୨୧ ପ୍ରତିଶତ ପିଲାଙ୍କ ବାପା ମାଆ ସ୍କୁଲ ପିଲାଙ୍କୁ ପଠାନ୍ତି ନାହିଁ। ଏଥି ସହିତ ୧୩ ପ୍ରତିଶତ ପିଲା କିଛି ଅସୁସ୍ଥତା କିମ୍ବା ଶରୀରର ଅକ୍ଷମତା ଯୋଗୁଁ ବିଦ୍ୟାଳୟକୁ ଯାଇପାରିନଥିଲେ ।

Leave a Reply

Your email address will not be published. Required fields are marked *

Back to top button